ପାରଳାର ଲଲାମ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ପୁସ୍ତକର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ

23

Get real time updates directly on you device, subscribe now.

ଗଜପତି (ସଂଘର୍ଷ ମିଡିଆ ) : -ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷଣି ସମାଜର ସଭାଗୃହ ଠାରେ ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ସିଦ୍ଧାନ୍ତ ସାହିତ୍ୟ ପକ୍ଷରୁ ପାରଳାର ଲଲାମ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ପୁସ୍ତକର ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଅତିଥି ଆବାହନ ଶିକ୍ଷାବିତ ବିଚିତ୍ରା ନନ୍ଦ ବେବର୍ତ୍ତା କରିଥିବା ବେଳେ ସ୍ୱାଗତ ଭାଷଣ ଅଧ୍ୟାପିକା ଡକ୍ଟର କଲ୍ୟାଣି ମିଶ୍ର,ଆଶା ଲତା ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ସିଦ୍ଧାନ୍ତ ସାହିତ୍ୟ ଅନୁଷ୍ଠାନର ସଭାପତି ଡକ୍ଟର ଅନ୍ନପୂର୍ଣ୍ଣା ଦେବୀଙ୍କ ସଭାପତିତ୍ୱରେ ମାନ୍ୟବର ବ୍ରହ୍ମ ପୁର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ ମୁଖ୍ୟ ସହକାରୀ ପ୍ରଫେସର ଡକ୍ଟର ଅଜୟ କୁମାର ତ୍ରିପାଠୀ, ଅବସର ପ୍ରାପ୍ତ ପ୍ରଫେସର ଡକ୍ଟର ବିପିନ ନାୟକ, ଗବେଷକ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର,ଇଂ ତୀର୍ଥ ବାସୀ ପଣ୍ଡା ଏବଂ ଭାରତ ଭୂଷଣ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ପାରଳାର ଲଲାମ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ (1767- 1834) ପୁସ୍ତକଟିଶୁଭ ଉନ୍ମୋଚିତ ହୋଇଥିଲା।ଏହି ଅବସରରେ ଶ୍ରୀ ବିଷ୍ଣୁ ଚରଣ ପଣ୍ଡା, ଶ୍ରୀ ନିତ୍ୟାନନ୍ଦ ଚୌଧୁରୀ ଏବଂ ଶ୍ରୀ ଶରତ ସାହୁଙ୍କୁ ମାନପତ୍ର ଓ ଉପଢୌକନ ଦେଇ ଅନୁଷ୍ଠାନ ପକ୍ଷରୁ ସମ୍ଭର୍ଦ୍ଧିତ କରାଯାଇଥିଲା ଶେଷରେ ଭଗବତ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ସଂସ୍କୃତିକ କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥ ଓଡିଶୀ କଳା କେନ୍ଦ୍ର ପକ୍ଷରୁ ଅଧ୍ୟାପିକା ସୁଶ୍ରୀ ଡି ପ୍ରିୟଙ୍କା ନୃତ୍ୟ ଓ ସୁଶ୍ରୀ ଖାନ୍ସିକା ଭାରତ ନାଟ୍ୟମ ନୃତ୍ୟ ପରିବେଷଣ କରିଥିଲେ। ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More