ଗଜପତି (ସଂଘର୍ଷ ମିଡିଆ ) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ୱାଡ଼ ନମ୍ବର ୨ରେ ଶ୍ରୀ ମୁତ୍ୟାଲୁ ମାଙ୍କ ଘଟଯାତ୍ରା ପର୍ବ ପାଳନ ହୋଇଯାଇଛି।ଏହି ପର୍ବ ଚଳିତ 9 ତାରିଖ ଠାରୁ 17 ତାରିଖ ପର୍ଯ୍ୟନ୍ତ ଚାଲୁରହିବ। ପ୍ରତିଦିନ ସନ୍ଧ୍ୟା 7 ଟାରୁ ଏଗାର ଟା ପର୍ଯ୍ୟନ୍ତ ମାଆଙ୍କ ଘଟ ନଗର ପରିକ୍ରମା ସହ ସଂସ୍କୃତିକ କାର୍ଯ୍ୟକ୍ରମ ରହୁଛି।ଶ୍ରୀ ଶ୍ରୀ ମୁତ୍ୟାଲୁ ମାଆ ପୂଜା କମିଟିର ସମ୍ପାଦକ ମାଧବ ସାହୁ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଏହି ପୂଜା ବହୁ ପୁରାତନ ପୂଜା ଆମ ଜାଣତରେ ଆମ ପୂର୍ବ ପୁରୁଷ ମାନେ କରୁଥିଲେ ଏହାର ପରମ୍ପରାକୁ ରକ୍ଷା କରିବା ପାଇଁ ଏହି ପୂଜା ପ୍ରତି 5 ବର୍ଷକୁ ଥରେ ହୁଏ କିନ୍ତୁ କୋଭିଡି ଯୋଗୁଁ ଏହା ହୋଇପାରି ନ ଥିଲା।ବର୍ତ୍ତମାନ 7 ବର୍ଷ ପରେ ହେଇଛି। ଭାଇଚାରା ସୃଷ୍ଟି କରିବା ପାଇଁ,ଅଧ୍ୟାତ୍ମିକ ସୃଷ୍ଟି କରିବା ପାଇଁ ଓ ସମସ୍ତଙ୍କ ସହିତ ସୁସମ୍ପର୍କ ରଖି ମାଆଙ୍କ ଆଶୀର୍ବାଦ ନେଇ ଆଗକୁ ଠିକ ସେ ବଢିବା ପାଇଁ ଏହି ଯାତ୍ରାର ମୂଳ ଉଦ୍ଦେଶ୍ୟ ଓ ମାଆଙ୍କ ଠାରୁ ଭଲ ବୁଦ୍ଧି ମାଆ ଙ୍କ ଶକ୍ତି ଆମ ମାନଙ୍କ ପାଖକୁ ଆସୁ ଏହା ହେଉଛି ଏହି ପୂଜାର ମୂଳ ଲକ୍ଷ୍ୟ ।ଏହି ଯାତ୍ରା ଦେଖିବା ପାଇଁ ଆଖ ପାଖ ଅଞ୍ଚଳର ଲୋକ ଆସି ମାଙ୍କ ଆଶୀର୍ବାଦ ନେଇ ଯାଉଥିବାର ଦେଖିବାକୁ ମିଳିଛି। ଆଲୋକ ସଜ୍ଜାରେ ସହର ଝଲସି ଉଠୁଛି।କମିଟି ପକ୍ଷରୁ ମାଙ୍କ ଯାତ୍ରା ଶାନ୍ତି ଶୃଙ୍ଖଳା ରେ ପାଳିତ ହେଉଥିବା ଦେଖିବାକୁ ମିଳିଛି। ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।