ଗଜପତି( ସଂଘର୍ଷ ମିଡିଆ ) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜି ତିନି ଠାକୁରଙ୍କ ସୁନା ବେଶ ହୋଇ ଥିବାର ଦେଖିବାକୁ ମିଳିଛି।ସୁନା ବେଶ ଦେଖିବା ପାଇଁ ପୁର ପଲ୍ଲୀରୁ ଭକ୍ତଙ୍କ ସୁଅ ଛୁଟି ଥିବାର ଦେଖିବାକୁ ମିଳିଛି।ଆଜି ପାଗ ଅନୁକୂଳ ଥିବାରୁ ସୁନା ବେଶ ଦେଖିବା ସକାଶେ ଭକ୍ତଙ୍କ ପ୍ରବଳ ଭିଡ ଲାଗି ରହିଛି। ବାହୁଡ଼ା ପରେ ତିନି ଠାକୁରଙ୍କ ରଥ ଟାଉନ ହଲ ନିକଟରେ ଅଟକି ରହିଛି।ଆଜି ସକାଳୁ ହରି ଶୟନ ଏକାଦଶୀ ଥିବାରୁ ସକାଳୁ ସକାଳୁ ଭକ୍ତ ମାନେ ଠାକୁର ଦର୍ଶନ ପାଇଁ ଗହଳି ଲାଗି ରହିଥିଲା।ଏହି ଏକାଦଶୀ କଲେ ପୁଣ୍ୟ ମିଳେ ବୋଲି ବହୁ ଭକ୍ତ ପୁର ପଲ୍ଲୀ ରୁ ଆସି ଠାକୁର ଦର୍ଶନ କରି ନିଜର ମନସ୍କାମନା ଜଣାଇଛନ୍ତି।ଏକାଦଶୀ ହୋଇ ଥିବାରୁ ଫଳ ମୂଳ ଆହାର କରି ରହିଥାନ୍ତି।ସନ୍ଧ୍ୟା ସମୟରେ ଆଜି ତିନି ଠାକୁରଙ୍କ ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି।ଶାନ୍ତି ଶୃଙ୍ଖଳା ସକାଶେ ଭକ୍ତଙ୍କ ସମାଗମକୁ ଆଖି ଆଗରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ପୋଲିସ ମୃତୟନ କରାଯାଇଛି। ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।