ପାରଳାରେ କାଳୀ ପୂଜା ଆରମ୍ଭ

21

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ର ନେହେରୁ ଛକ ନିକଟରେ 45 ତମ କାଳୀ ପୂଜା ଅନୁଷ୍ଠିତ ହୋଇ ଯାଇଛି। ଚଳିତ ବର୍ଷ ଆକର୍ଷଣୀୟ ଭାବେ ମାଆଙ୍କ ପୂଜା ସାଜସଜ୍ଜା କରା ଯାଇଛି। ଏହି ପୂଜା 9 ଦିନ ପର୍ଯ୍ୟନ୍ତ ହେବ ବୋଲି ଜଣା ପଡିଛି।ସନ୍ଧ୍ୟା ସମୟରେ ଆଲୋକ ସଜ୍ଜାରେ ସହର ଝଲସି ଉଠୁଛି ସନ୍ଧ୍ୟା ସମୟରେ ମାଆଙ୍କ ଆଳତୀ ଦର୍ଶନ କରିବା ପାଇଁ ଭକ୍ତଙ୍କ ସମାଗମ ହେଉଥିବାର ଦେଖିବାକୁ ମିଳିଛି।ଭଜନ ପରିବେଷଣ ଓ ସଂ।ସ୍କୃତିକ କାର୍ଯ୍ୟକ୍ରମ ହେବ ବୋଲି କମିଟି ପକ୍ଷରୁ ଜଣାପଡିଛି ନେହେରୁ ଛକ କାଳୀ ପୂଜା କମିଟିର ଭରତ ଭୂଷଣ ମହାନ୍ତି, ଟୁକୁ ପଟ୍ଟନାୟକ, ପ୍ରଶାନ୍ତ ପାତ୍ର, ଅଶୋକ ଗନ୍ତାୟତ, ପ୍ରଣୋଜ ପଟ୍ଟନାୟକ, ଫିରୋଜ ପଟ୍ଟନାୟକ ପ୍ରମୁଖ ଏହି ପୂଜା କାର୍ଯ୍ୟ କ୍ରମକୁ ସହଯୋଗ କରୁଛନ୍ତି। ଚଳିତ ବର୍ଷ ମାଆ କାଳୀଙ୍କ ପୂଜାକୁ ଅତ୍ୟନ୍ତ ଶାନ୍ତି ଶୃଙ୍ଖଳାର ସହ ପ୍ରତ୍ୟେକ ଦିନର ନିୟମିତ ପୂଜା ବିଧି ଅନୁଯାୟୀ ପାଳନ କରାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More