ପାରଳାଖେମୁଣ୍ଡି ସହରରେ ଗଜଲକ୍ଷ୍ମୀ ପୂଜା ପାଳିତ

44

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଓଡ଼ିଆ ଭଣ୍ଡାରୀ ପୂଜା କମିଟି ପକ୍ଷରୁ 39 ତମ ଗଜ ଲକ୍ଷ୍ମୀ ପୂଜା ଅତି ଆଡମ୍ବରରେ ପାଳିତ ହୋଇ ଯାଇଛି।ଆଗାମୀ 9 ଦିନ ବ୍ୟାପି ଏହି ପୂଜା ଅନୁଷ୍ଠିତ ହେବ।ପ୍ରତିଦିନ ସନ୍ଧ୍ୟା ଆଳତୀ ଦେଖିବା ପାଇଁ ଶ୍ରଦ୍ଧାଳୁ ଙ୍କ ଭିଡ଼ ଜମୁଛି। ବିଭିନ୍ନ ପ୍ରକାର ସଂ।ସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।ପୂଜା କମିଟି ପକ୍ଷରୁ ଦୀପ ଜାଳିବା ଓ ଚୁଡି ଦାନ କାର୍ଯ୍ୟକ୍ରମ ରହିଛି।ଏହି ପୂଜାକୁ ପୂଜା କମିଟି ର ବାବୁନା ବେହେରା, ପ୍ରସାଦ ଗୌଡ଼, ପ୍ରଭାତ ପାତ୍ର, ରଘୁ ପାଣିଗ୍ରାହୀ, ଗଙ୍ଗା ଖଞ୍ଜା,ସୁଶାନ୍ତ ବେହେରା, ଜିତେନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ପରିଚାଳନା କରୁଥିବା ବେଳେ ଅଞ୍ଚଳବାସୀ ସହଯୋଗ କରୁଛନ୍ତି।ପୂଜକ ଭାବେ ରାମ କୃଷ୍ଣ ମିଶ୍ର, ବୁଢା ତ୍ରିପାଠୀ ରୀତିନୀତିରେ ପୂଜା କରୁଛନ୍ତି। ଗଜପତିରୁ ବିବେକାନନ୍ଦ ବେହେରାଙ୍କରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More