ପାରଳାଖେମୁଣ୍ଡି ମହିଳା ସ୍ନାତକ ମହା ବିଦ୍ୟାଳୟର ପ୍ରତିଷ୍ଠାତା ସ୍ୱର୍ଗତଃ ତ୍ରିନାଥ ସାହୁଙ୍କ ପୁଣ୍ୟତିଥୀ ଅବସରରେ ସ୍ମୃତି ଚାରଣ ସଭା ଅନୁଷ୍ଠିତ
ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ପାରଳାର ପ୍ରାକ୍ତନ ବିଧାୟକ ଓ ଜନ ନାୟକ ସ୍ୱର୍ଗତଃ ତ୍ରିନାଥ ସାହୁଙ୍କ ତ୍ରୟୋଦଶତମ ପୁଣ୍ୟତିଥୀ ଅବସରରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଥିଲା।ଏହି ଅବସରରେ ଅଧ୍ୟକ୍ଷା ଡକ୍ଟର ରିନା ସାହୁ ସ୍ୱର୍ଗତଃ ସାହୁଙ୍କ ଫୋଟରେ ପୁଷ୍ପମାଲ୍ୟ ପ୍ରଦାନ କରିବା ସହ ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବା କୁ ଆହ୍ୱାନ ଦେଇଥିଲେ।ଅଧ୍ୟାପିକା ଡକ୍ଟର ଭାରତୀ ପାଣିଗ୍ରାହୀ ମଧ୍ୟ ଶ୍ରୀ ସାହୁଙ୍କ ଜୀବନୀ ଓ ତାଙ୍କର ଜଣେ ସମାଜ ସେବି ତଥା କଳା ସାହିତ୍ୟ ଶିକ୍ଷା ପ୍ରତି ଅନୁରାଗ ଓ ପୁଷ୍ଠପୋଷକତା ସମ୍ପର୍କରେ ବର୍ଣ୍ଣନା କରିଥିଲେ।ତାଙ୍କର ଉଦ୍ୟମ ରେ ପାରଳାଖେମୁଣ୍ଡିରେ ମହିଳା ମହାବିଦ୍ୟାଳୟ ତଥା ଗଜପତି ଜିଲ୍ଲାର ଅନ୍ୟାନ୍ୟ ସ୍ଥାନ ଗୁଡିକରେ ଶିକ୍ଷାନୁଷ୍ଠାନ ଗୁଡିକ କିପରି ଗଢି ଉଠିଥିଲା ସେ ସମ୍ପର୍କରେ ଆଲୋକପାତ କରିଥିଲେ।ଏଥି ସହିତ ମହାବିଦ୍ୟାଳୟ ର ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ସ୍ୱର୍ଗତଃ ସାହୁଙ୍କର ବିଭିନ୍ନ କ୍ଷେତ୍ରରେ ଥିବା ଅବଦାନ ଗୁଡିକ ଉପରେ ଆଲୋଚନା କରିଥିଲେ।ଏହି ଶ୍ରାଦ୍ଧ ଦିବସ ପାଳନ ଅବସରରେ ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ ତଥା ଛାତ୍ରୀ ବୃନ୍ଦ ଉପସ୍ଥିତ ରହି ନୀରବ ପ୍ରାର୍ଥନା କରିବା ସହ ଶ୍ରୀ ସାହୁଙ୍କ ସ୍ମୃତି ଚାରଣ କରିଥିଲେ।