ପାରଳାଖେମୁଣ୍ଡି ବଡ଼ଦାଣ୍ଡରେ ବିଶ୍ରାମଗାର ନିର୍ମାଣ ହେବ କେବେ ?

16

Get real time updates directly on you device, subscribe now.

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ବଡ଼ଦାଣ୍ଡରେ ଥିବା ବିଶ୍ରାମଗାରଟି ନଷ୍ଟ ହୋଇ ଯିବା ପରେ ସେହି ଜାଗାରେ ବିଶ୍ରାମଗାରଟି ନିର୍ମାଣ ହୋଇ ପାରୁନାହିଁ। ଯାହା ଫଳରେ ଯାତ୍ରୀ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ଯାତ୍ରୀ ଏଠି ସେଠି ଛିଡା ହେବାକୁ ପଡୁଛି। ତୁରନ୍ତ ସେହି ଜାଗାରେ ଜିଲ୍ଲା ପ୍ରଶାସନ ଅନୁସନ୍ଧାନ କରି ବିଶ୍ରାମଗାରଟି ନିର୍ମାଣ କଲେ ପଥଚାରି ଉପକୃତ ହେବେ। ପ୍ରକାଶ ଥାଉକି ବିଶ୍ରାମଗାରଟି ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଥିଲା । ତାହାକୁ ପୁରା ଭାଙ୍ଗି ସଫା କରି ଦିଆଯାଇଛି । ସେହି ଜାଗାରେ ବିଶ୍ରାମଗାରଟି ନିର୍ମାଣ କଲେ ପଥଚାରି ଉପକୃତ ହୋଇ ପାରିବେ । ପୂର୍ବରୁ ସେଠାରେ ବିଶ୍ରାମଗାରଟି ଥିବା ଯୋଗୁଁ ଯାତ୍ରୀ,ସ୍କୁଲ ଛାତ୍ର ଛାତ୍ରୀ କଲେଜ ଛାତ୍ର ଛାତ୍ରୀ ସେଠାରୁ ନିଜ ଗନ୍ତବ୍ୟ ସ୍ଥଳକୁ ଯାଉଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More