ଗଜପତି(ସନହର୍ଷ ମିଡିଆ ) : -ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌର ପରିଷଦ ପକ୍ଷରୁ ଲୋକାଭିମୁଖୀ ଜନ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି।ଏହି ଅଭିଯୋଗ ଶୁଣାଣୀରେ ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ପୌର ପରିଷଦ ଉପାଧ୍ୟକ୍ଷ ଲେଙ୍କାମଧୁ,ଦାୟିତ୍ୱରେ ଥିବା ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା, ପୌର ପରିଷଦ ସହକାରୀ ଯନ୍ତ୍ରୀ ପ୍ରମୁଖ ମଞ୍ଚା ସିନ ଥିଲେ।ଆଜି ପ୍ରଥମ ଥର ଏହି ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇ ଥିବାରୁ ଉତ୍କଣ୍ଠାର ସହ ସହରର ଜନ ସାଧାରଣ ନିଜର ସମସ୍ୟା ଜଣାଇବା କୁ ଆସିଥିଲେ।ପୌର ପରିଷଦର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଅଭିଯୋଗ କୁ ପଞ୍ଜିକୃତ କରିବା ସହ ତୁରନ୍ତ ସମସ୍ୟା ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେବା ସହ ସମସ୍ୟା ମଧ୍ୟ ସମାଧାନ ସକାଶେ ପୌର ପରିଷଦ ପଦକ୍ଷେପ ନେଇଛନ୍ତି। ଏହି ଭଳି କାର୍ଯ୍ୟକ୍ରମ କୁ ସହର ବାସୀ ଭୂୟସ ପ୍ରଶଂସା କରାଯାଇଛି। ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।