ଗଜପତି(ସଂଘର୍ଷ ମିଡିଆ ) : – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଆଦର୍ଶ ଥାନା ପକ୍ଷରୁ ଜଳ ଛତ୍ର ଖୋଲା ଯାଇଛି।ଏହି ଜଳଛତ୍ରକୁ ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଫିତା କାଟି ଶୁଭ ଉଦଘାଟନ କରିଛନ୍ତି।ଏହି କାର୍ଯ୍ୟକ୍ରମରେ ଗଜପତି ଆରକ୍ଷୀ ଅଧୀକ୍ଷକ ଜୟରାମ ଶତପଥୀଙ୍କ ସହ ଏସ ଡି ପି ଓ ରାମକୃଷ୍ଣ ପତି, ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କୁ ଘୋଳ ଦହି (ଚହ୍ଲା) ବଣ୍ଟନ କରିଥିଲେ। ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଗଜପତି ଏସ ପି ଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲାର ସମସ୍ତ ଥାନାରେ ଜଳ ଛତ୍ର ଗ୍ରୀଷ୍ମପ୍ରବାହକୁ ଆଖି ଆଗରେ ରଖି ଜଳଛତ୍ର ଖୋଲା ଯାଇଛି।ଜନସାଧାରଣ କିଛି କାମ ନଥିଲେ ବାହାରେ ନ ବୁଲିବା ଓ ଯଦି କାମ ଅଛି ଛତା ଜୋତା ବ୍ୟବହାର କରି ଘରୁ ବାହାରିବାକୁ ପରାମର୍ଶ ଦିଆଯାଇଛି ଏବଂ ଜନସାଧାରଣଙ୍କୁ ସଚେତନତା କରାଯାଉଛି।ପୋଲିସ ର ଏହି ଭଳି ସଚେତନତା କାର୍ଯ୍ୟକ୍ରମ ଓ ଜଳ ଛତ୍ର ଖୋଲି ଲୋକଙ୍କୁ ଜଳ ପ୍ରଦାନକୁ ଜିଲ୍ଲାରେ ଭୂୟସ ପ୍ରଶଂସା କରାଯାଇଛି।ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।