ପାରଳାଖେମୁଣ୍ଡିରେ ଶ୍ରୀ ରାମ ନବମୀ ମହାସମାରୋହରେ ପାଳିତ

7

Get real time updates directly on you device, subscribe now.

ଗଜପତି (ସଂଘର୍ଷ ମିଡିଆ) ; –ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ସହ ପୁରପଲ୍ଲୀରେ ଆନନ୍ଦ ଉଲ୍ଲାସର ସହିତ ଶ୍ରୀ ରାମ ନବମୀ ମହା ସମାରୋହରେ ପାଳିତ ହୋଇ ଯାଇଛି।ସହରର ବଜାର ଛକ ଠାରେ ଥିବା ଶ୍ରୀରାମ ମନ୍ଦିର, ପୌର ପରିଷଦ କାର୍ଯ୍ୟାଳୟ ନିକଟରେ ଥିବା ଶ୍ରୀ ରାମ ମନ୍ଦିର ରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି। ଭକ୍ତ ମାନେ ସକାଳୁ ନଡ଼ିଆ କଦଳୀ ଧୂପ ଦୀପ ଧରି ମନ୍ଦିରରେ ପୂଜାର୍ଚ୍ଚନା କରି ନିଜର ମନସ୍କାମନା ଠାକୁରଙ୍କୁ ଜଣାଇଥିଲେ।ଚିତ୍ରକାର ସାହିରେ ଥିବା ଶ୍ରୀ ରାମ ମନ୍ଦିରରେ ହୋମ ଯଜ୍ଞ ସହ ଅନ୍ନ ପ୍ରାସାଦ ର ବ୍ୟବସ୍ଥା ରହିଛି।ମନ୍ଦିର ପରିସର ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି। ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More