ପାରଳାଖେମୁଣ୍ଡିରେ ନବରାତ୍ର ପୂଜା ଆରମ୍ଭ

13

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ବିଭିନ୍ନ ଦୁର୍ଗା ମଣ୍ଡପରେ ନବରାତ୍ର ପୂଜା ଆରମ୍ଭ ହୋଇ ଯାଇଛି।ସହରର ଖଞ୍ଜା ସାହି ଦୁର୍ଗା ମଣ୍ଡପ ଏବଂ ବଡ଼ ବ୍ରାହ୍ମଣ ସାହି ମଣ୍ଡପରେ ଦୁର୍ଗା ମାଆଙ୍କ ନବରାତ୍ର ପୂଜା ଆରମ୍ଭ ହୋଇଛି। ସେହିଭଳି ସହରର ନିଲମା ମନ୍ଦିର ଓ ଦଣ୍ଡାମାଳା ସାହି ମାଆ ଙ୍କ ମନ୍ଦିରରେ ଧୁମଧାମରେ ନଵ ରାତ୍ର ପୂଜା ଆରମ୍ଭ ହୋଇ ଛି।କୋଭିଡ଼ି କଟକଣା ଯୋଗୁଁ 2 ବର୍ଷ ନିରାଡ଼ମ୍ବର ଭାବରେ ପୂଜା କରାଯାଇ ଥିଲା।ଚଳିତ ବର୍ଷ ବିଭିନ୍ନ ଦୁର୍ଗା ମଣ୍ଡପ ଏବଂ ମନ୍ଦିର ଗୁଡିକରେ ଜାକଜମକରେ ପୂଜା ଆରମ୍ଭ ହୋଇଛି। ପୂଜା ମଣ୍ଡପ କୁ ଅଲୋକ ମାଳା ରେ ସୁସଜ୍ଜିତ ହୋଇ ସହର ଝଲସି ଉଠୁଛି। ଶାନ୍ତି ଶୃଙ୍ଖଳା ସକାଶେ ପୋଲିସ ମୃତୟନ କରାଯାଇଛି।ସନ୍ଧ୍ୟା ସମୟରେ ମାଆଙ୍କ ଦର୍ଶନ ସକାଶେ ଭକ୍ତଙ୍କ ସୁଅ ଛୁଟୁଛି।ମାଆଙ୍କ ଆଶୀର୍ବାଦ ନେବା ପାଇଁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More