ପାରଳାଖେମୁଣ୍ଡିରେ ଆଜି ଠାରୁ ଦୋଳ ଉତ୍ସବ ଆରମ୍ଭ

85

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଦୋଳ ବନ୍ଧ ଉନ୍ନୟନ କମିଟି ଓ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଉଦ୍ୟମରେ ଅନୁଷ୍ଠିତ ହେବ ଏହି ଉତ୍ସବ। 21 ମାର୍ଚ୍ଚ 2024 ଠାରୁ 26 ମାର୍ଚ୍ଚ 2024 ପର୍ଯ୍ୟନ୍ତ( 6ଦିନ) ବ୍ୟାପି ଆକର୍ଷଣୀୟ ଏବଂ ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ଦୋଳ ଉତ୍ସବ ପାଳିତ ହେବ।ସ୍ଥାନୀୟ ରାମାସ୍ୱାମୀ ମନ୍ଦିରରୁ ପ୍ରଭୁ ଦୋଳ ଗୋବିନ୍ଦ ବାହାରି ନଗର ପରିକ୍ରମା କରି ଦୋଳ ମଣ୍ଡପକୁ ବିଜେ କରିବେ। ସବୁ ବର୍ଷ ଭଳି ଏହି ବର୍ଷ ମଧ୍ୟ ରାମ ସାଗର ନିକଟସ୍ଥ ରାମ ଲିଙ୍ଗେଶ୍ୱର ମନ୍ଦିରରୁ ପ୍ରଭୁ ଶ୍ରୀ ରାମଲିଙ୍ଗେଶ୍ୱର ବାହାରି ବିରାଟ ଶୋଭାଯାତ୍ରାରେ ନଗର ପରିକ୍ରମା କରି ମଘାପୋଡି (କାମ ଦହନ) ଅବସରରେ ଦୋଳ ମଣ୍ଡପକୁ ଆସି ହରିହର ଭେଟ ହୋଇ ପ୍ରତ୍ୟକ୍ଷ ଦେବୀ ମାଆ ମାଣିକେଶ୍ୱରୀଙ୍କ ଦର୍ଶନ ଲାଭ କରିବେ।ପାରଳାର କେଉଟ ସାହିର ପ୍ରସିଦ୍ଧ ଶ୍ରୀ ବାଲାଜି ଠାକୁର ନିଜ ଗରୁଡ଼ ବାହନରେ ଆରୁଢ଼ ହୋଇ ଭକ୍ତଙ୍କ ସହିତ ଆକର୍ଷଣୀୟ ଶୋଭାଯାତ୍ରାରେ ଦୋଳ ପୂର୍ଣ୍ଣିମା ଦିନ ସନ୍ଧ୍ୟା ସମୟରେ ଦୋଳ ମେଲଣରେ ଯୋଗ ଦେବା ସହ ଜଗନ୍ନାଥ ମନ୍ଦିରରୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ମଦନମୋହନ ଓ ଦୋଳ ଗୋବିନ୍ଦ ଙ୍କ ସହିତ ଦୋଳ ମଣ୍ଡପକୁ ବିଜେ କରିବେ।ପୁଣି ପୂର୍ଣ୍ଣିମି ଦିନରାଜଗୁରୁ ସାହି ସ୍ଥିତ ରସିକ ରାଜ ଠାକୁର କରଣସାହି ସ୍ଥିତ (ଭୂଷଣମଠ)କୁ ଶ୍ୟାମ ସୁନ୍ଦର ଠାକୁର ଚିତ୍ରକାର ସାହି ସ୍ଥିତ ରାଜ କୁରୁ ମଠରୁ ପ୍ରଭୁ ରାଧାଗୋବିନ୍ଦ ବିରାଟ ଶୋଭାଯାତ୍ରାରେ ନଗର ପରିକ୍ରମା କରି ଦୋଳ ମଣ୍ଡପରେ ବିଜେ କରିବେ ବୋଲି ଦୋଳ ଉତ୍ସବ କମିଟିର ସଭାପତି ବିନୋଦ ଚନ୍ଦ୍ର ଜେନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More