ପାରଳାଖେମୁଣ୍ଡିରେ ଆଗମୀ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

11

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : -ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ କେନ୍ଦ୍ରର ସମ୍ମିଳନୀ କକ୍ଷ ଠାରେ ଜୁନ୍ ୨୦ ତାରିଖ ଦିନ ପାରଳାଖେମୁଣ୍ଡିରେ ହେବାକୁ ଥିବା ରଥଯାତ୍ରା ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ଉପ-ଜିଲ୍ଲାପାଳ ଆଲୋକ କୁମାର ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରି ପୂର୍ବ ବର୍ଷର ଆଦାୟ ଓ ଖର୍ଚ୍ଚ ବିଷୟରେ ବିବରଣୀ ପଠନ କରିଥିଲେ । ତେବେ ଏହି ବର୍ଷ ରଥଯାତ୍ରା କମିଟିର କୋଷାଧ୍ୟକ୍ଷ ଭାବରେ ତହସିଲଦାର ପାରଳାଖେମୁଣ୍ଡି ପ୍ରଶାସନ ତରଫରୁ ରହିବେ। ପରେ ରଥ ନିର୍ମାଣ ଓ ମରାମତି ସମ୍ପର୍କରେ ସବିଶେଷ ଆଲୋଚନା ହୋଇଥିଲା ।ଏଥିନିମନ୍ତେ କେଉଁ ଠାରୁ କାଠ ଆସିବ ଏବଂ କେତେ ପରିମାଣର ନୂତନ କାଠ ଆବଶ୍ୟକ ସେ ବିଷୟରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅସ୍ଥାୟୀ ଦୋକାନ ବ୍ୟବସ୍ଥା ଓ ମୀନା ବଜାର ପାଇଁ ନିରୂପଣ ଏବଂ ନିଲାମ ବିଷୟରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ଯାତ୍ରାର ମୁଖ୍ୟ ବିଷୟ ବସ୍ତୁ ସୁଖିଲା ଭୋଗ ଓ ଅନ୍ନଭୋଗ ବିଷୟରେ ଆଲୋଚନା ହେବା ସହ ଏହାର ଦାୟିତ୍ୱ ଓ ଏଥିନିମନ୍ତେ କେତେ ପରିମାଣର ଖର୍ଚ୍ଚ ହେବ ସେ ବିଷୟରେ କମିଟି ସଦସ୍ୟ ଓ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ ଆଲୋଚନା ହୋଇ ତାର ସମ୍ପୂର୍ଣ୍ଣ ବିବରଣୀ ପ୍ରସ୍ତୁତ ହୋଇଥିଲା ରଥଯାତ୍ରାରେ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ସହରର ପରିମଳ ବ୍ୟବସ୍ଥା ଓ ସୁଦ୍ଧ ପାନୀୟ ଜଳ ବ୍ୟବସ୍ଥା, ଆମ୍ବୁଲାନ୍ସ ଓ ଅଗ୍ନିଶମ ବ୍ୟବସ୍ଥା ଉପରେ ମଧ୍ୟ ଆଲୋଚନା ହେବା ସହ ଉକ୍ତ ବିଭାଗକୁ ଏଥିପାଇଁ ସମ୍ପୂର୍ଣ୍ଣ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା । ସେହିପରି ବିଦ୍ୟୁତ ବ୍ୟବସ୍ଥା ରାସ୍ତାଘାଟ ମରାମତି ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା । ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ କିପରି ସୁରକ୍ଷା ବ୍ୟବସ୍ଥା କରାଯିବ ସେ ବିଷୟରେ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ଅଧକ୍ଷ ଜି.ତିରୁପତି ରାଓ, ଉପଖଣ୍ଡ ପୋଲିସ ଅଧିକାରୀ ରାମକୃଷ୍ଣ ପତି, ଅତିରିକ୍ତ ବନଖଣ୍ଡ ଅଧିକାରୀ ଅଶୋକ କୁମାର ବେହେରା, ରାସ୍ତା ଓ କୋଠାବାଡି ପୂର୍ତ୍ତ ବିଭାଗୀୟ ଅଧିକାରୀ ଶ୍ରୀକାନ୍ତ ସାମଲ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସହରର ବହୁ ବୁଦ୍ଧିଜିବୀ, ଗଣମାଧ୍ୟମ ପ୍ରତିନିଧି, ସହରର ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତାମତ ଦେବା ସହ ଆଲୋଚନା କରିଥିଲେ । ଶେଷରେ ବାରିଷ୍ଟ ନାଗରିକ ଭରତ ଭୂଷଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More