ପାରମ୍ପରିକ ଭାବେ ଇଫତାର ପାର୍ଟି ପାଳିତ

25

Get real time updates directly on you device, subscribe now.

କେନ୍ଦ୍ରାପଡ଼ା(ସଂଘର୍ଷ ମିଡିଆ ) : – କେନ୍ଦ୍ରାପଡ଼ା ସହର ହିନ୍ଦୁ ମୁସଲିମ ଭାଇ ଚାର ସହର ରୂପେ ସାରା ରାଜ୍ୟରେ ବେଶ ଜଣା ଶୁଣା। ପାରମ୍ପରିକ ଅନୁସାରେ ପ୍ରତିବର୍ଷ ରମଜାନ ମାସରେ ମୁସଲମାନ ସମ୍ପ୍ରଦାୟର ଲୋକେ ମାସକ 30ଦିନ ଧରି ଉପବାସ ରହି ଭଗବାନଙ୍କୁ ଆରାଧନା କରିବା ସହ ଅସହାୟ ଦରିଦ୍ର ଲୋକଙ୍କୁ ଦାନ ଦକ୍ଷିଣା ଦେଇଥାନ୍ତି। କହିବାକୁ ଗଲେ ହିନ୍ଦୁ ମାନଙ୍କ କାର୍ତ୍ତିକ ମାସ ପରି ମୁସଲମାନଙ୍କ ରମଜାନ ମାସ ମଧ୍ୟ ଏକ ଧର୍ମର ମାସ ଯାହା ବେଶ ଜନଶୁଣା । ଧର୍ମ ଅନୁସାରେ ମୁସଲମାନ ଲୋକ ମାନେ ଭୋର ଚାରିଟାରୁ ଉଠି ନେମାଜ ପଢିବା ସହ ଓଷା ରଖିଥାନ୍ତି । ଏହା ପରେ ଅପରାହ୍ନ ପାଞ୍ଚଟା ସମୟରେ ଓଷା ଭଙ୍ଗ କରି ଖାଦ୍ୟ ଖାଇଥାନ୍ତି । ଏହି ପ୍ରକ୍ରିୟା ପୁରା ମାସ ଧରି ଚାଲିଥାଏ ଯାହାକୁ ମୁସଲିମ ଭାଷାରେ ରମଜାନ ମାସ ବୋଲି କୁହନ୍ତି । ଆଜି କେନ୍ଦ୍ରାପଡ଼ା ପୌରସଂସ୍ଥା ଅଧକ୍ଷା ଶ୍ରୀମତୀ ସରିତା ସାହୁଙ୍କ ଆହ୍ୱାନ କ୍ରମେ ଏହି ଇଫତାର ପାର୍ଟି ଆୟୋଜନ କରାଯାଇଥିଲା । ସବୁଠାରୁ ଦେଖୁବାର କଥା ଥିଲା ସବୁ ଦଳରୁ ନେତା ମାନେ ରାଜନୀତିକୁ ଭୁଲି ଏହି ଇଫତାର ପାର୍ଟିରେ ପହଞ୍ଚି ଥିଲେ ଯାହା ଦେଖିବାକୁ ମିଳିଥିଲା । ଏଥିରେ ବିଧାୟକ ଶଶୀଭୁଷଣ ବେହେରା, ପୂର୍ବତନ ମନ୍ତ୍ରୀ କଂଗ୍ରେସ ଗଣେଶ୍ୱର ବେହେରା, ପୂର୍ବତନ ନିର୍ଦେଶକ କେନ୍ଦ୍ରାପଡ଼ା କୋପେରିଟିବ ବ୍ୟାଙ୍କ ପ୍ରମୋଦ ସାହୁ, ସଲିମ ଖାନ ବିଜେପି, ଆଇନଜୀବୀ ସଞ୍ଜୟ ଜେନା ଓ କେନ୍ଦ୍ରାପଡ଼ା ପୌରସଂସ୍ଥା 21ଟି ୱାର୍ଡର ନୂତନ କାଉନସିଲର ମାନେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More