ପାପଡାହାଣ୍ଡି ମିଳିତ ପ୍ରାଥମିକ ଶିକ୍ଷକ ସଙ୍ଘ ତରଫରୁ ୩ଦଫା ଦାବିପତ୍ର ବିଇଓଙ୍କୁ ପ୍ରଦାନ

14

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ) – ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପାପଡାହାଣ୍ଡି ତରଫରୁ beo ଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀ ଙ୍କ ଉଦେଶ୍ୟ ରେ ୩ ଦଫା ଦାବିନେଇ ଏକ ଦାବିପତ୍ର ପ୍ରଦାନ କରିବା କାର୍ଜ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି। ଗତ କାଲି ଅପରାହ୍ନ ଏକ ଘଂଟିକା ସମୟରେ ପାପଡାହାଣ୍ଡି ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ର କର୍ମକର୍ତା ଓ ବ୍ଲକ ର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ beo ଅଫିସ ରେ ଏକତ୍ରିତ ହୋଇଥିଲେ ଏବଂ ପରବର୍ତୀ କାର୍ଯ୍ୟକ୍ରମ ଓ ପଦକ୍ଷେପ ଉପରେ ଆଲୋଚନା କରାଯାଇଥିଲା | ଏହି ସଭାକୁ ବ୍ଲକ ସଭାପତି ଅଶୋକ ମୁକୁନ୍ଦ ସଭାପତିତ୍ୱ କରିଥିଲେ ଏବଂ ସନ୍ତୋସ ଖଡ଼ଗରାୟ ଦାବିପତ୍ର ରେ ଥିବା ଦାବି ଗୁଡିକୁ ପୁଙ୍ଖାନୁପୁଙ୍ଖ ଉପସ୍ଥାପନ କରିଥିଲେ | ସେଗୁଡିକ ହେଲା ୧, ପ୍ରାଥମିକ ଶିକ୍ଷକ ନିଯୁକ୍ତିରେ ଠିକା ନିଯୁକ୍ତି ପ୍ରକ୍ରିୟା ବନ୍ଦ ସହ 6 ବର୍ଷ ଠିକା କାଳକୁ ମୂଳ ଚାକିରୀରେ ଗଣନା , ୨ ଅବିକଳ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ, ୩ ପୁରୁଣା ପେନସନ ବ୍ୟବସ୍ଥା ପୁନଃ ପ୍ରଚଳୋନ | ଏହି ଦାବି ଗୁଡିକୁ ରଖି ମୁଖ୍ୟ ମନ୍ତ୍ରୀ ଙ୍କ ଉଦେଶ୍ୟ ରେ beo ବୀରେନ୍ଦ୍ର କୁମାର ପାଢ଼ୀ ଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ଜଗନ୍ନାଥ ବେହେରା, ଅଜିତ କୁମାର ମଣ୍ଡଳ , ପବିତ୍ର ମୋହନ ମାଝୀ , ଶଙ୍କର ବେହେରା , ଜଗଦିଶ ସାସମଲ , ରମେଶ ଚନ୍ଦ୍ର ମାଝୀ , ମନୋଜ ମାଝୀ , ସୁଦାମ ସେଠି , ସନ୍ଦୀପ ଜେନା , ସଂଘ ଉପଦେଷ୍ଠା ପୁର୍ଣ ଚନ୍ଦ୍ର ପାଢ଼ୀ, ସୁବାସ ଘଣ୍ଟ , ସୁବାସ ଚନ୍ଦ୍ର ଚର୍ଚ୍ଚି ଉପସ୍ଥିତ ଥିଲେ | ଏହି ଦାବିଗୁଡିକୁ ଶୀଘ୍ର ପୂରଣ ନ କରାଗଲେ ଆଗାମୀ ଦିନ ରେ ଏହା ମହା ଆନ୍ଦୋଳନ ର ରୂପ ନେବ ବୋଲି ବ୍ଲକ ସଭାପତି କହିଛନ୍ତି | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More