ପାପଡାହାଣ୍ଡି ବ୍ଲକ ସମିତି ସଂଘ ଗଠନ

10

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସମିତି ସଭ୍ୟ /ସଭ୍ୟା ସଂଘ ଗଠନ ହୋଇଯାଇଛି |ଆଜି ପାପଡାହାଣ୍ଡି ବ୍ଲକ ବୈଠକ ଗୃହ ଠାରେ ପାପଡାହାଣ୍ଡି ବ୍ଲକ ସମିତି ସଭ୍ୟ ତଥା ବ୍ଲକ ଉପାଧକ୍ଷ ଙ୍କ ସଭାପତିତ୍ୱ ରେ ଆୟୋଜିତ ସଂଘ ବୈଠକ ରେ ପାପଡାହାଣ୍ଡି ବ୍ଲକ ପାତ୍ରୀ ପଂଚାୟତ ସମିତି ସଭ୍ୟା ତଥା ବ୍ଲକ ଅଧକ୍ଷା ହେମଲତା ମାଝୀ ଙ୍କ ଉପସ୍ଥିତ ରେ ପାପଡାହାଣ୍ଡି ବ୍ଲକ ସମିତି ସଭ୍ୟ / ସଭ୍ୟା ସଂଘ ଗଠନ ହୋଇଯାଇଛି | ଏହି ବୈଠକ ରେ ପାପଡାହାଣ୍ଡି ବ୍ଲକ ର 23 ଗୋଟି ପଂଚାୟତ ର ସମିତି ସଭ୍ୟ / ସଭ୍ୟା ଉପସ୍ଥିତ ରହି ସର୍ବସମତି କ୍ରମେ ମାଝୀଗୁଡା ପଂଚାୟତ ସମିତି ସଭ୍ୟ ରାମକୃଷ୍ଣ ନାୟକ ଙ୍କୁ ସଭାପତି, ଘlଟଗୁଡା ପଂଚାୟତ ସମିତି ସଭ୍ୟା ସଂଜୁ ମିର୍ଗାନଙ୍କୁ ଉପ ସଭାପତି,ସାନ ବାର୍ଲି ପଂଚାୟତ ସଭ୍ୟ ସୁଧୀର ନାୟକ ସମ୍ପାଦକ, ତୁମ୍ବାର୍ଲା ସଭ୍ୟା ବୈଜୟନ୍ତୀ ଜାନି ସହ ସମ୍ପାଦକ, କୋଷାଧକ୍ଷ ଭାବେ ପଣ୍ଡିକୋଟ ସଭ୍ୟା ଉମାରାଣୀ ବିଶ୍ୱାଳ ଏବଂ ଚନ୍ଦ୍ରପୁର ପଂଚାୟତ ସଭ୍ୟା ସୁବାସିନୀ କର୍କରା ଙ୍କୁ ଉପଦେଷ୍ଟା ଭାବେ ମନୋନୀତ କରାଯାଇଛି | ନବରଙ୍ଗପୁର ଜିଲ୍ଲାରେ ପ୍ରଥମ ଥର ପାଇଁ ସମିତି ସଭ୍ୟ / ସଭ୍ୟା ଙ୍କ ସଂଘ 10 ଗୋଟି ବ୍ଲକ ରେ ଗଠନ କରାଯାଇଥିବା ବେଳେ ଆଗାମୀ ଦିନରେ ନବରଙ୍ଗପୁର ଜିଲ୍ଲା ସଂଘ ଗଠନ କରାଯିବା ପାଉଁ ନିଷ୍ପତି ନିଆଯାଇଛି | ସଂଘ ମାଧ୍ୟମରେ ସମିତି ସଭ୍ୟ / ସଭ୍ୟା ମାନଙ୍କ ବିଭିନ୍ନ ଦାବି ଗୁଡିକ ଅଛି ସେ ଗୁଡିକ ସରକାର ଙ୍କ ନିକଟରେ ଉପସ୍ଥାପନା କରାଯିବ ବୋଲି ଜଣାପଡିଛି | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More