ନବରଙ୍ଗପୁର(ସଂଘର୍ଷ ମିଡିଆ ) : — ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ପୋଲିସକୁ ମିଳିଛି । ଏ ଅଞ୍ଚକରେ ଚୋରି କରୁଥିବା ବିଦ୍ୟୁତ୍ ଟ୍ରାନ୍ସ୍ର୍ରଫର୍ମର ଦଳକୁ ଧରିବାର ବଡ ସଫଳତା। ପାପଡାହାଣ୍ଡି ଅଞ୍ଚଳରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର ଚୋରି ହେଉଥିବା ଘଟଣାରେ ଜନ ସାଧାରଣ ଅତିଷ୍ଠ ହୋଇ ଅନ୍ଧାରରେ ଦିନ କାଟୁ ଥିବାବେଳେ ବିଦ୍ୟୁତ୍ ବିଭାଗକୁ ଜଣାଇ ଥିବାରୁ ବିଦ୍ୟୁତ୍ ବିଭାଗ ପାପଡାହାଣ୍ଡି ଥାନା ଅଧିକାରୀ ମୀରା ନାୟକଙ୍କ ପାଖରେ ଏଫ୍ ଆଇ ଆର୍ ଦେଇ ଥିଲେ ।ଏନେଇ ଥାନା ଅଧିକାରୀ ଏକ ସ୍ଵତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରି ଥିଲେ। ଛତିଶଗଡ ଅଞ୍ଚଳରୁ ଆସି ଏ ଅଞ୍ଚଳରେ ଟ୍ରାନ୍ସଫର୍ମର ଚୋରି ରାକେଟ୍ ସକ୍ରିୟ ହୋଇ ୨୨ଟି ଟ୍ରାନ୍ସଫର୍ମର ଚୋରି କରି ଥିବା ବେଳେ ଉକ୍ତ ଚୋରି କରୁ ଥିବା ଦଳକୁ କଳାହାଣ୍ଡି ଜିଲ୍ଲାରୁ ଗିରଫ କରି ଆଣିବାରେ ସକ୍ଷମ ହୋଇପାରି ଥିଲେ।ଉକ୍ତ ଚୋର ଦଳ ପଡୋଶୀ ରାଜ୍ୟ ଛତିଶଗଡର ବୋଲି ଜଣାପଡିଛି।କଳାହାଣ୍ଡି ଜିଲ୍ଲାରୁ ଗିରଫ ୬ ଜଣଙ୍କୁ ପାପଡାହାଣ୍ଡି ପୋଲିସ ୯୭/୨୦୨୨ରେ ମାମଲା ରୁଜୁ କରି ଶନିବାର ତା୨/୭/୨୦୨୨ ରେ କୋର୍ଟ ଚାଲାଣ କରି ଥିବା ଥାନାସୁତ୍ର ରୁ ପ୍ରକାଶ।ଖୁବ୍ କମ୍ ଦିନରେ ଚୋରକୁ ଧରି ଚୋର ମାନଙ୍କୁ ଗିରଫ କରାଇବା ସହ ଜେଲ୍ କୁ ପଠାଇ ଥିବାରୁ ଥାନା ଅଧିକାରୀ ହେବତ ଏମିତି ବୋଲି ଜନ ସାଧାରଣରେ ପ୍ରଶଂସାର ସୁଅ ଛୁଟୁଛି। ସବୁ ଥାନା ଅଧିକାରୀ ଏମିତି କର୍ମ ତତ୍ପର ହୋଇ ଚୋରକୁ ଖୁବ୍ ଶିଘ୍ର୍ ଧରାଇ ଦଣ୍ଡ ଦେବାପାଇଁ ଜନ ସାଧାରଣରେ ଦ୍ରୁଢ ଦାବୀ କରିଛନ୍ତି। ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ।