ପାପଡାହାଣ୍ଡିରେ ୭୩ତମ ବନ ମହୋତ୍ସବ ପାଳିତ

12

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ) : — ପାପଡାହାଣ୍ଡି ବ୍ଲକ ସଦର ମହକୁମାର ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୭୩ତମ ବନ ମହୋତ୍ସବ ପାଳିତ ହୋଇ ଯାଇଛି। ଏହିଅବସରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ସୁଶାନ୍ତ କୁମାର ବେହେରା ଯୋଗଦେଇ ଥିବାବେଳେ,ସମ୍ମାନିତ ଅତିଥି ରୂପେ ଥାନା ଅଧିକାରୀ ମୀରା ନାୟକ, ସିଡିପିଓ ଏସ ଗୀତା ରାଣୀ, ଅତିରିକ୍ତ ତହସିଲଦାର ମଧୁ ସୁଦନ ମାଝୀ, ବିଦ୍ୟାଳୟ ସଭାପତି ରାଜ କିଶୋର ରାଓ ଯୋଗଦେଇଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀ ଙ୍କ ଦ୍ଵାରା ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା। କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ବ୍ଲକ ଉପାଧ୍ୟକ୍ଷ ସୁଶାନ୍ତ କୁମାର ବେହେରା ଚାରା ଗଛ ରୋପଣ କରି ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ‘ବ୍ରୁକ୍ଷ ହି ଜୀବନ’ ଉପରେ ଆଲୋକ ପାତ କରି ବ୍ରୁକ୍ଷ ଦ୍ଵାରା ମଣିଷ ସମାଜ ଅମ୍ଲଜାନ ପାଇ ଜୀବନ ବଞ୍ଚାଇ ଥାଏ।ଏଣୁ ଜେଉଁ ଭଳି ଭାବେ ଜଙ୍ଗଲର ଗଛକଟା ଯାଉଛି ଜଙ୍ଗଲରେ ନିଆଁ ଲଗାଯାଉଛି ଜଙ୍ଗଲ ଧିରେ ଧିରେ କ୍ଷୟ ହେବାରେ ଲାଗିଛି। ଗଛ କାଟିବା ଦ୍ୱାରା ବୃଷ୍ଟିପାତରେ ପରିବର୍ତ୍ତନ ଘଟୁଛି। ପ୍ରକୃତି ପରିବେଶ ନଷ୍ଟ ହେବାରେ ଲାଗିଛି, ଯଦି ଏଭଳି ଲାଗିରହେ ତାହେଲେ ଆଗାମୀ ଦିନରେ ମାନବ ସମାଜ ଉପରେ ଦାଉ ସାଜିବ ପ୍ରକୃତି।ହୋଇ ଜିବ୍ ଅମ୍ଲଜାନ୍ ସୁନ୍ୟ।ମଣିଷ ବଞ୍ଚିବା କଷ୍ଟ୍କକର ହୋଇପଡିବ। ଏଣୁ ଗଛ ଲଗାଇବା ଓ ଗଛର ଯତ୍ନ ନେବା ସହ ତାହାର ସୁରକ୍ଷା କରିବାକୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନେ ନିଜ ନିଜ ଅଭିଭାଷଣରେ କହିବା ସହ ବିଦ୍ୟାଳୟର ଛାତ୍ରଛାତ୍ରୀ ଙ୍କୁ ବୃକ୍ଷ ରୋପଣ କରିବାକୁ ଆହ୍ଵାନ ଦେଇଥିଲେ। ଆକାଶିଆ, ଚାକୁଣ୍ଡା,ଫଳ ଗଛ ଭଳି ମୋଟ ୨୦୦ଟି ଚାରା ଗଛ ବିଦ୍ୟାଳୟ ପରିସରରେ ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷୟତ୍ରୀ ସ୍ୱପ୍ନା ସିଂ, ମାଧବ ମଣ୍ଡଳଙ୍କ ସହ ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ଓକର୍ମଚାରୀବ୍ରୁନ୍ଦ ପ୍ରମୁଖ ଉପସ୍ଥିତ ରହି ସହଜୋଗ କରି ଥିଲେ। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More