ପାନ, ଗୁଟଖା, ଖଇନି ଖାଉଥିବା ଲୋକଙ୍କ ପାଇଁ ମନ୍ଦ ଖବର, ଛେପ ପକାଇଲେ ଜୋରିମାନା

18

Get real time updates directly on you device, subscribe now.

ଭୁବନେଶ୍ବର (ସଂଘର୍ଷ ମିଡିଆ ): ପାନ, ଗୁଟଖା, ଖଇନି ଖାଉଥିବା ଲୋକଙ୍କ ପାଇଁ ମନ୍ଦ ଖବର । ଯେଉଁଠି ପାରି ସେଠି ଆଉ ପିଚପିଚ୍ କରି ଛେପ ପକାଇ ପାରିବେ ନାହିଁ । ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଦେବାକୁ ପଡ଼ିବ ଅର୍ଥତଣ୍ଡ । ପ୍ରଥମ ୩ ଥର ପାଇଁ ତ ୨୦୦ରେ କାମ ଚଳିଯିବ, ୟା ପରେ ଧରା ପଡ଼ିଲେ ପୂରା ୫୦୦ ଟଙ୍କା । ପୂର୍ବରୁ ରାଜ୍ୟରେ ଗଞ୍ଜାମ, ଭଦ୍ରକ ପରି ଜିଲାପାଳମାନେ ଏପରି ନିର୍ଦେଶ ଜାରି କରି ସାରିଛନ୍ତି ତେବେ ଆଜିଠାରୁ ଏହାକୁ ପୂରା ରାଜ୍ୟଯାକ କାର୍ଯ୍ୟକାରୀ କରାଯିବ । ମୁଖ୍ୟ ସଚିବ ଆସିତ୍ ତ୍ରିପାଠୀ ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଜରିମାନା ଆଦାୟ କରାଯିବ ବୋଲି ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More