ରାଉରକେଲା (ସଂଘର୍ଷ ମିଡିଆ ) : ଆଜି ଦିବା ଏଗାର ଘଟିକାରେ ସ୍ଥାନୀୟ ପାନ୍ଥନିବାସ ସସ୍ମିଳନୀ କକ୍ଷରେ ଓଡିଶା ସରକାରଙ୍କ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଓ ଓଡିଶା ସଂଗୀତ ନାଟକ ଏକାଡେମୀର ମିଳିତ ଉଦ୍ୟମରେ ଉଦିତନଗର ଖେଳ ପଡିଆରେ ତ – ୨ ୧-୦୪-୨ ୦୨ ୨ ରିଖ ଓ ତା- ୨ ୨-୦୪- ୨୦ ୨ ୨ ରିଖ ଦୁଇ ଦିନ ଧରି ଆୟୋଜିତ ହେବାକୁ ଯାଉଥିବା ‘ଗ୍ରୀଷ୍ମ ଉସୂର୍ବ’ ଉପଲକ୍ଷେ ରାଉରକେଲାର ବିଧାୟକ ସାରଦା ପ୍ରସାଦ ନାୟକଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସସ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀର ପ୍ରାରମ୍ଭରେ ଓଡିଶା ସଂଗୀତ ନାଟକ ଏକାଡେମୀର କାର୍ଯ୍ୟକାରୀ ସଦସ୍ୟ ପ୍ରଫେସର ଡ଼ ସମର ମୁଦାଲି, ‘ଗ୍ରୀଷ୍ମ ଉତ୍ସବ’ର ଆଭିମୁଖ୍ୟ ଉପରେ ସମ୍ୟକ ସୂଚନା ଦେଇଥିବା ବେଳେ ସଭାପତି ଶ୍ରୀ ସାରଦା ନାୟକ କହିଥିଲେ ଏ ବର୍ଷଠାରୁ ୬ଟି ରତୁକୁ ନେଇ ୬ଟି ମହୋତ୍ସବ ବିଭୀନ୍ନ ସ୍ଥାନରେ ଆୟୋଜନ କରିବା ସହ ଗ୍ରୀଷ୍ମ ଉତ୍ସବକୁ ରାଉରକେଲାରେ କରିବାର ସିଦ୍ଧାନ୍ତ ନିଆଯାଇଥିବାରୁ ଭାଷା ସାହିତ୍ୟ ସଂସ୍କୃତି ବିଭାଗର ସମସ୍ତ କର୍ତ୍ତୃପକ୍ଷଙ୍କୁ ରାଉରକେଲା ଅଧିବାସୀଙ୍କ ତରଫରୁ ସେ କୃତଜ୍ଞତା ଜଣାଇଥିଲେ । ଓଡିଶା ସଂଗୀତ ନାଟକ ଏକାଡେମୀର ସଚିବ ପ୍ରବୋଧ ରଥ କହିଥିଲେ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଓ ଓଡିଶା ସଂଗୀତ ନାଟକ ଏକାଡେମୀ କେରଳ ରୁତୁ ଭିତ୍ରିକ ଉତ୍ସବ ନୁହେଁ, ଓଡ଼ିଶୀ ନୃତ୍ୟ,ନାଟକ,ଗୀତିନାଟ୍ୟ ମହୋତ୍ସବ ପରି ଅନେକ ଉତ୍ସବ ବର୍ଷସାରା ସାରା ଓଡ଼ିଶାରେ ଆୟୋଜନ କରି ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତିକୁ ଋଦ୍ଧିମନ୍ତ କରିବା ସହିତ ଓଡିଶାର କଳାକାର ମାନଙ୍କୁ ପୃଷ୍ଠପୋଷକ କରି ଆସୁଛନ୍ତି । ଏହି କ୍ରମରେ ରାଉରକେଲାରେ ଆୟୋଜନ ହେବାକୁଥିବା ଗ୍ରୀଷ୍ମ ଉତ୍ସବ ରେ କୋଲକାତା , ଭୁବନେଶ୍ୱର, ପୁରୀ, ବଲାଙ୍ଗୀର, ସମ୍ବଲପୁର, ସୁନ୍ଦରଗଡ଼ ଓ ରାଉରକେଲା ଜାତୀୟ ଓ ଆନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ଲୋକନୃତ୍ୟ ଓ ଦୂରଦର୍ଶନ, ଆକାଶବାଣୀ, ଚଳଚିତ୍ର ଜଗତର ପ୍ରଖ୍ୟାତ କଣ୍ଠଶିଳ୍ପୀଙ୍କୁ ନେଇ ସଂଗୀତ ପରିବେଷଣ କରିବାରେ ଯୋଜନା କରାଯାଇଛି। ଗ୍ରୀଷ୍ମ ଉସୂର୍ବର ସଂଯୋଜକ ନାଟ୍ୟକାର ଭାସ୍କର ଚନ୍ଦ୍ର ମହାପାତ୍ର ଓଡିଶା ସରକାରଙ୍କ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ଓ ଓଡିଶା ସଂଗୀତ ନାଟକ ଏକାଡେମୀର ମିଳିତ ଉଦ୍ୟମରେ ଏପରି ଏକ ଅନନ୍ୟ ଉତ୍ସବ ରାଉରକେଲାରେ ଆୟୋଜନ ହେବାକୁ ଯାଉଥିବାରୁ ଉଭୟ ଅନୁଷ୍ଠାନକୁ ଧନ୍ୟବାଦ ଦେଇଛନ୍ତି।ରାଉରକେଲାରୁ କ୍ୟାମେରାମ୍ୟାନ ମୃତ୍ୟୁଞ୍ଜୟ ଙ୍କ ସହ ଅମ୍ରିତା ପ୍ରିୟଦର୍ଶିନୀ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ ।