କେନ୍ଦ୍ରାପଡା(ସାଙ୍ଘର୍ଷ ମିଡିଆ ) : – ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ଅମୃତ ମଣୋହି ପଞ୍ଚାୟତର ଶତାଧିକ ଲୋକମାନେ ଟୋପେ ବିଶୁଦ୍ଧ ପାନୀୟ ଜଳ ପାଇଁ ଚିନ୍ତାରେ ଅଛନ୍ତି। ଅମୃତ ମଣୋହି ପଞ୍ଚାୟତ ନିକଟରେ ସରକାରଙ୍କ ବସୁଧା ଯୋଜନାରେ ଓଭରାଲ୍ କରାଯାଇଛି ସତ କିନ୍ତୁ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ପାଇଁ ଟାଙ୍କିରୁ ସୁଦ୍ଧ ପାନୀୟ ଜଳ ବଦଳରେ ଆସୁଛି ଦୁସିତ ଜଳ ସେହି ଟାଙ୍କିର ଜଳ ପିଇବାତ ଦୂରର କଥା ସେହି ପାଣି ବ୍ୟବହାର କରିବା ଦ୍ବାରା ଶରୀରରେ ଚର୍ମରୋଗ ହେଉଥିବାର ସ୍ଥାନୀୟ ଲୋକମାନେ ପ୍ରକାଶ କରିଛନ୍ତି। ମନୁଷ୍ୟ ନିରୋଗୀ ରହିବାକୁ ହେଲେ ଶୁଦ୍ଧ ପାଣି ପିଇବା ଦରକାର। ହେଲେ ପଟ୍ଟାମୁଣ୍ଡାଇ ଅମୃତ ମଣୋହି ପଞ୍ଚାୟତରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ବ୍ୟୟରେ ବସୁଧା ଯୋଜନାରେ ଓଭରାଲ୍ ଟାଙ୍କି ହୋଇଥିବା ବେଳେ ଦୀର୍ଘ ଚାରିବର୍ଷ ହେବ ଟାଙ୍କି ସଫା କରାଯାଉନି କି ବ୍ଲିଚିଂ ପାଉଡର ପକା ହେଉନି ଜାଗା ଜାଗା ପାଣି ପାଇପି ଫାଟି ରାସ୍ତାରେ ପାଣି ଲହଡ଼ି ମାରୁଛି। ଠିକାଦାରଙ୍କ ପକ୍ଷରୁ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗ୍ରୀଷ୍ମର ତାତି ଯେତେ ବଢ଼ିବାରେ ଲାଗୁଛି ଅମୃତ ମଣୋହି ପଞ୍ଚାୟତ ନଳକୂପ ଗୁଡ଼ିକରେ ପାଣି ଧିର ହେବାରେ ଲାଗୁଛି ମାଆମାନେ ପାଣି ଟୋପେ ପାଇଁ ଗରା ମାଠିଆ ବାଲଟି ଧରି ଘଣ୍ଟା ଘଣ୍ଟା ଅପେକ୍ଷା କରୁଥିବା ନଜରକୁ ଆସିଛି। (ପଟ୍ଟାମୁଣ୍ଡାଇ ରୁ ସୂର୍ଯ୍ୟ ନାରାୟଣ ଦାଶ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍)