ପାନୀୟ ଜଳ ପ୍ରକଳ୍ପ ଲୋକାର୍ପିତ

35

Get real time updates directly on you device, subscribe now.

ନରସିଂହପୁର(ସଂଘର୍ଷ ମିଡିଆ ) : ଓଡ଼ିଶା ସରକାର ଗ୍ରାମାଞ୍ଚଳ ବିକାଶ ପାଇଁ ବିଭିନ୍ନ ପ୍ରକାର ପ୍ରକଳ୍ପ ମାନ ଯୋଗାଇ ଦେଉଥିବା ବେଳେ ଏହାର ଏକ ଉଦାହରଣ ହେଉଛି କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ବାଲିଝରି ଗ୍ରାମପଂଚାୟତ । ଏଠାରେ ନୂତନ ଭାବେ ନିର୍ମାଣ କରାଯାଇଥିବା ଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ଓ ଗୋଷ୍ଠୀ ଶୌଚାଳୟ। ବାଲିଝରି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଦଶ ଲକ୍ଷ ଟଙ୍କା ବ୍ୟୟରେ ପିରାମଳ ସର୍ବଜଳ ଓ ଆରୋହଣ ଫାଇନାନସିଆଲ ସର୍ଭିସେସର ମିଳିତ ସହଯୋଗରେ ନିର୍ମିତ ହୋଇଥିବା ଏହି ପ୍ରକଳ୍ପର ଲୋକାର୍ପଣ ହୋଇଥିଲା । ଏହି ଉତ୍ସବରେ ଉଦ୍ଘାଟକ ଭାବେ ପୂର୍ବତନ ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ ଯୋଗଦାନ କରିଥିବା ବେଳେ ମୁଖ୍ୟ ପୁରୋଧା ଭାବେ ପୂର୍ବତନ ମନ୍ତ୍ରୀ ତଥା ବଡମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର ଯୋଗ ଦେଇଥିଲେ। ଏମାନଙ୍କ ବ୍ୟତୀତ ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ନରସିଂହପୁର ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।କଟକ ଜିଲ୍ଲା ନରସିଂହପୁର ଅଂଚଳରେ କିଡନୀ ରୋଗ ଦିନକୁ ଦିନ ତାର କାୟା ବିସ୍ତାର କରି ଚାଲିଥିବା ବେଳେ ତାହାକୁ ପ୍ରତିହତ କରିବା ସାଧାରଣ ଲୋକମାନଙ୍କ ପାଇଁ ସରକାରଙ୍କ ଏଭଳି ପ୍ରୟାସ କୁ ସାଧାରଣ ଓ ବୁଦ୍ଧିଜୀବୀ ମହଲରେ ଢେର ପ୍ରଶଂସା କରାଯାଇଛି। ନରସିଂହପୁରରୁ ଅରବିନ୍ଦ ପ୍ରଧାନଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More