ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ଦାବି ନେଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ

12

Get real time updates directly on you device, subscribe now.

ନୂଆପଡା ( ସଂଘର୍ଷ ମିଡିଆ ) : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ମାଣ୍ଡୋସିଲ ଗାଁ ରେ ନିର୍ମାଣଧୀନ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ଦାବି ନେଇ ମାଣ୍ଡୋସିଲ ଗ୍ରାମବାସୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅଣସଠି ଲକ୍ଷ ଟଙ୍କା ରେ ନିର୍ମାଣ ହେଉଥିବା ଜଳଯୋଗାଣ ପ୍ରକଳ୍ପ ବର୍ଷ ବର୍ଷ ଧରି କାର୍ଯ୍ୟ ଚାଲିଥିବା ବେଳେ ଆଜି ଯାଏ ତାହା କାର୍ଯ୍ୟକାରୀ ହିଇପାରୁ ନାହିଁ । ଏହି ପ୍ରକଳ୍ପ କାମ ଗତତିନି ବର୍ଷ ପୂର୍ବେ ଆରମ୍ଭ ହୋଇ ଆଜି ପର୍ଯ୍ୟନ୍ତ ଶେଷ ହୋଇପାରୁନାହିଁ । ପ୍ରକଳ୍ପ କାମ ଶେଷ ନହେବା ପୂର୍ବରୁ ନିମ୍ନମାନ ର କାମ ଯୋଗୁ ପାଣି ପାଇପ ବିଭିନ୍ନ ସ୍ଥାନରେ ଫାଟି ପାଣି ପଡୁଥିବା ବେଳେ ପମ୍ପ ହାଉସ ର ସ୍ଥାୟୀତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ନହେନା ପୂର୍ବରୁ ଯଦି ଏଭଲି ସ୍ଥିତି ତେବେ ଆଗାମୀ ଦିନରେ ଏହା ଘୋର ସମସ୍ୟା ରେ ପକାଇବ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏବାବଦ ରେ ଠିକାଦାର କୁ ଜଣାଇଲେ ଠିକାଦାର ବିଭିନ୍ନ ପ୍ରକାର ଗାଳିଗୁଲଜ କରି ଧମକ ଦେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏପରି କି ସ୍ଥାନୀୟ ସରପଞ୍ଚ ନିମ୍ନମାନ ର କାମ କୁ ବିରୋଧ କରି ପ୍ରତିବାଦ କରିବାରୁ ସରପଞ୍ଚ ଙ୍କୁ ମଧ୍ୟ ଠିକାଦାର ଧମକାଉ ଥିବା ଦେଖିବାକୁ ମିଳିଛି । ତିନି ହଜାର ଲୋକ ସଂଖ୍ୟା ବିଶିଷ୍ଟ ମାଣ୍ଡୋସିଲ ଗାଁରେ ପର୍ଯ୍ୟାପ୍ତ ପରିମାଣ ରେ ନଳକୂପ ଥିଲେ ହେଁ ସବୁ ନଳକୂପ ର ପାଣି ରେ ଫ୍ଲୁରାଇଡ଼ ପରିମାଣ ରହିଛି । ଜାଫଳରେ ଲୋକେ ଫ୍ଲୁରାଇଡ଼ ଯୁକ୍ତ ପାଣି ପିଇ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଥିବା ଗ୍ରାମବାସୀ କହିଛନ୍ତି । ସେହିଭଳି ବିଶୁଦ୍ଧ ପାଣି ପାଇଁ ଦୀର୍ଘ ତିନି କିମି ଯାଇ ପାଣି ଆଣୁଥିବାରୁ ନାହିଁଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗାଁର ମହିଳା ମାନେ । ଏଣୁ ତୁରନ୍ତ ପାନୀୟଜଳ ପ୍ରକଳ୍ପ କାମ ଶେଷ କରି ପାଇପ ଯୋଗେ ପାଣି ଯୋଗାଇ ଦେବା ପାଇଁ ମାଣ୍ଡୋସିଲ ଗ୍ରାମବାସୀ ଦାବି କରିଛନ୍ତି ନଚେତ ଆଗାମୀ ଦିନରେ ରାଜରାସ୍ତାକୁ ଓଲ୍ହାଇ ଆନ୍ଦୋଳନ କରିବୁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ଏନେଇ RWSS ଯନ୍ତ୍ରୀ ଙ୍କୁ ପଚାରିବାରୁ ଆଗାମୀ ଦୁଇତିନି ଦିନ ମଧ୍ୟରେ ଉକ୍ତ କାମ ଶେଷ କରି ତୁରନ୍ତ ପାଣି ଯୋଗାଇଦେବୁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ବର୍ତ୍ତମାନ ଯନ୍ତ୍ରୀ ନିଜ ପ୍ରତିଶ୍ରୁତି କେତେ ପାଳନ କରୁଛନ୍ତି ଏବଂ ମାଣ୍ଡୋସିଲ ଗ୍ରାମକୁ ପାଇବ ଯୋଗେ କେବେ ପାଣି ମିଳୁଛି ସେ ଉପରେ ସମସ୍ତ ନଜର ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More