ପାନୀୟ ଜଳ ପାଇଁ ଡ଼ହକବିକଳ, ଆଦିବାସି ଗାଁ ଗିରଲିମାଲ

24

Get real time updates directly on you device, subscribe now.

କଳାହାଣ୍ଡି(ସଂଘର୍ଷ ମିଡିଆ ) : ରାଜ୍ୟ ସରକାର ବସୁଧା ପାନୀୟ ଜଳ ପ୍ରକଳ୍ପ ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ପ୍ରତି ଗ୍ରାମ ପଞ୍ଚାୟତ ଗ୍ରାମାଞ୍ଚଳ ମାନଙ୍କରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରି ବାହା ବାହା ମାରୁଛନ୍ତି l ହେଲେ ଉପାନ୍ତ ଅଞ୍ଚଳରେ ପାନୀୟ ଜଳ ପାଇଁ ଡହକ ବିକଳ ହେଉଛନ୍ତି। ଗ୍ରାମବାସୀ ସ୍ୱାଧୀନତା ୭୦ ଦଶକ ବର୍ଷ ପରେ ବି ମଧ୍ୟ ସରୁନି ଜଳ କଷ୍ଟ ଏମିତି ଚିତ୍ର ଦେଖିବାକୁ ମିଳିଛି କଲାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଗିରଲିମାଲ ଗ୍ରାମ ଠାରେ ସାହାଯଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ବସବାସ କରିଆସୁଥିବା ପ୍ରାୟ ୧୫ ରୁ ଉର୍ଦ୍ଧ୍ବ ଆଦିବାସୀ ପରିବାର ଦୀର୍ଘ ୧୨ ବର୍ଷ ହେବ ଜଙ୍ଗଲ ରେ ରହିଆସିଛନ୍ତି l ହେଲେ ମୌଳିକ ସୁବିଧାର ନାଁ ଗନ୍ଧ ଟିଏ ବି ନାହିଁ ବିଶୁଦ୍ଧ ପାନୀୟ ଜଳ ଏମାନଙ୍କ ପାଇଁ ସାତ ସପନ ପାଲଟିଛି ଖରାର ପାରଦ ୪୦ ଡ଼ିଗ୍ରୀ କୁ ଟପି ଥିବା ବେଳେ ପାନୀୟ ଜଳ ବୁନ୍ଦାଏ ପାଇଁ ବର୍ଷ ବର୍ଷ ଧରି ଝରଣା ଓ ନାଳ ପାଣି ଉପରେ ନିର୍ଭର କରୁଛନ୍ତି l ବହୁ କଷ୍ଟରେ ପଥୁରିୟା ବାଟଦେଇ ମହିଳା ମାନେ ପାନୀୟ ଜଳ ଆଣୁଛନ୍ତି।ଭୋଟ ସମୟରେ ନେତା ଆସନ୍ତି ବିକାଶର ପ୍ରତିଶ୍ରୁତି ମଧ୍ୟ ଦିଅନ୍ତି ହେଲେ ଭୋଟ ଜିତି ସାରିବା ପରେ ଭୁଲି ଯାଆନ୍ତି ଏ ଆଦିବାସୀ ଗାଁ ଗିରଲିମାଲ କୁ ଉକ୍ତ ପାନୀୟ ଜଳ ସଂକଟ କୁ ନେଇ ଆମପାଣି ଗ୍ରାମ ପଞ୍ଚାୟତ ସରପଞ୍ଚ…….. କୁ ପଚାରି ବୁଝିଥିଲେ ସ୍ଥିତି ଅନୁଧ୍ୟାନ କରି ସାରିବା ପରେ ନୂତନ ନଳକୂପ ଖନନ କରାଯିବ ବୋଲି ଆମପାଣି ଗ୍ରାମ ପଞ୍ଚାୟତ ସରପଞ୍ଚ …… କହିଛନ୍ତି l ଦେଖିବାକୁ ରହିଲା ସମସ୍ୟାର ସମାଧାନ କେବେ ହେବ । କଳାହାଣ୍ଡି ଜିଲ୍ଲା କୋକସରାବ୍ଲକ ରୁ ପୁରୁଷୋତ୍ତମ ସିଂହ ରାଜପୁତ ଙ୍କସହ ନାରାୟଣ ପ୍ରସାଦ ନାଏକ ଙ୍କ ରିପୋର୍ଟ ସଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More