ପାତା ପରାବ ନାଚ ଗୀତରେ ଦୁଲକିଲା ହାଣ୍ଡିଫୁଟା

11

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ) : – ଅଖଣ୍ଡ ମୟୂରଭଞ୍ଜର କଳା ସଂସ୍କୃତି ଓ ପରମ୍ପରାକୁ ନେଇ ଯେତେ ପ୍ରଶଙ୍ଗସା କଲେ ମଧ୍ୟ କମିଯିବ। ମୟୁରଭଞ୍ଜର ସାଧାରଣ ଜନତା ଯେତେ ଆଗକୁ ଗଲେ ମଧ୍ୟ ତାଙ୍କ ପରମ୍ପରାକୁ ଭୁଲି ନଥିବା ଦେଖିବାକୁ ମିଳିଥାଏ। ଆଦିବାସୀ ବହୁଳ ମୟୂରଭଞ୍ଜର ପ୍ରାୟ ଅଧିକାଂଶ ଗ୍ରାମରେ ହେଉଥିବା ପର୍ବ ପର୍ବାଣୀକୁ ନେଇ ବିଭିନ୍ନ ସମୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥାଏ। ଏମିତି ଏକ ପାତାପରାବର ନାଚ ଗୀତରେ ଦୁଲକିଲା ବିଶୋଇ ବ୍ଲକ ଲୁହାକାନି ପଞ୍ଚାୟତ ହାଣ୍ଡିଫୁଟା ଗ୍ରାମ। ଏହି ଗ୍ରାମର ଶିବ୍ ଶଙ୍କର ଜିୟାଳ୍ ଜୁମିଦ୍ ଯୂଥ କ୍ଲବ ଦ୍ଵାରା ଆୟୋଜିତ ଏହି ଆଦିବାସୀ ପାରମ୍ପରିକ ନୃତ୍ୟ ଅଞ୍ଚଳ ସାରା ପ୍ରକମ୍ପିତ ହେଉଥିବା ବେଳେ ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ପ୍ରାକ୍ତନ ସାଂସଦ ଇଞ୍ଜିନିୟର ରାମଚନ୍ଦ୍ର ହାଁସଦା,୩୪ନମ୍ବର ଜିଲ୍ଲା ପରିଷଦ ସଦସ୍ୟା ବିଦୁସ୍ମିତା ଦେଓ, ଲୁହାକାନୀ ପଞ୍ଚାୟତ ସମିତି ସଭ୍ୟ ଦିଲିପ୍ ଗିରି, ସରପଞ୍ଚ ସାଲମା ଟୁଡୁ, ପ୍ରାକ୍ତନ ସରପଞ୍ଚ ବାଘ୍ରାଇ ବେଶ୍ରା, ପ୍ରାକ୍ତନ ସରପଞ୍ଚ ସୁନାରାମ ହେମ୍ବ୍ରମ, ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଦର୍ଶକଙ୍କ ମନର ଉତ୍ସାହ କୁ ଦିଗୁଣିତ କରିଦେଇଥିଲା। ଏହି କାର୍ଯ୍ୟକ୍ରମ ଅଞ୍ଚଳର ଅନ୍ୟତମ ଶେଷ ପାତାପରଵ ହେଇଥିବା ବେଳେ, ଏହି ଗ୍ରାମର ଶ୍ବଛତା ଅନ୍ୟ ଗ୍ରାମରୁ ଢେର ଉର୍ଦ୍ଧ ରେ ରହିଥିବା ବେଳେ ନିଶା ଦ୍ରବ୍ୟ ସେବନ ପାଇଁ ଗ୍ରାମରେ କଠିନ କଟକଣା ରହିଛି। ନିଜ ଗ୍ରାମର ମାଁ ଭଉଣୀଙ୍କ ସୁରକ୍ଷା ଓ ସନ୍ମାନ ପାଇଁ ମଧ୍ୟ ସ୍ଵତନ୍ତ୍ର ପଦକ୍ଷେପ ଗ୍ରାମବାସୀ ନେଇଥିବା ଜଣାଯାଏ। ଏହି ଗ୍ରାମର ଏହି ସବୁ ପଦକ୍ଷେପ ସ୍ବାଗତଯୋଗ୍ୟ ହୋଇ ଥିବା ବେଳେ ଅନ୍ୟ ଗ୍ରାମ ପାଇଁ ଏହି ପଦକ୍ଷେପ ପ୍ରେରଣାର ଉତ୍ସ କହିଲେ ଅତ୍ୟୁକ୍ତି ହେବନାହିଁ। ଶେଷରେ ସାଂସ୍କୃତିକ ପାତା ନାଚ,ଓ ଢାବୁଲ ନାଚରେ ଅଂଶଗ୍ରହଣ କରିଥିବା ସମସ୍ତ କୃତି ପ୍ରତିଯୋଗି ମାନଙ୍କୁ ମୂଖ୍ୟ ଅତିଥି ଗଣ ପୁରସ୍କାର ରାଶି ପ୍ରଦାନ କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More