ପାଣ୍ଡିଆନ ସାରଙ୍କୁ କେବେବି କ୍ଷମା ମାଗିବି ନାହିଁ, କାରଣ ସେ ତାଙ୍କ ପଦବୀର ଦୁରୁପଯୋଗ କରିଛନ୍ତି : କାଳୀ ମାଡ କରିଥିବା ଅଭିଯୁକ୍ତ ଭାସ୍କର ସାହୁ

16

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – 5 ଟି ସଚୀବ ଭୀକେ ପାଣ୍ଡିଆନଙ୍କୁ କଣାସର ଭାସ୍କର ସାହୁ କାହିଁକି କାଳୀ ମାଡ କଲେ। ଏହି ପ୍ରଶ୍ନ ଏବେ ସାରା ଓଡ଼ିଶା ବାସୀଙ୍କ ମଧ୍ୟ ରେ ପ୍ରଶ୍ନ ଉଠିଛି। ଏହି କାଳୀ ମାଡ କରିଥିବା ବ୍ୟକ୍ତି ଯିଏ, କାହିଁକି ସେ ଏହି କାର୍ଯ୍ୟ କଲେ ଓ ଏହା ପଛରେ ରାଜନୀତିକ ଷଡ଼ଯନ୍ତ୍ର ରହିଚି କୀ ? ଏହି ତମାମ ପ୍ରଶ୍ନ ଏବେ ଲୋକଙ୍କ ମନରେ । ତେବେ କାଳୀ ମାଡ କାହିଁକି ଭାସ୍କର କଲେ ସେ ନିଜେ ଏହି ସ୍ପଷ୍ଟୀକରଣ ଦେଇଛନ୍ତି। ନିଜ ଅଞ୍ଚଳର ସମସ୍ୟା ଦୀର୍ଘ ଦିନ ହେବ ପ୍ରଶାସନ ଓ ସରକାରଙ୍କ ଦ୍ବାରା ସମାଧାନ ନ ହେବାରୁ ସେ ପ୍ରତିବାଦ ସ୍ୱରୂପ ଏହି କାଳୀ ମାଡ 5 ଟି ସଚୀବଙ୍କୁ କରିଛନ୍ତି। ତେବେ କାଳୀ ମାଡ ତରିକା ଯଦିଓ ଭୁଲ ତେବେ ସେ ନିରୁପାୟ ହୋଇ ଏହି ପନ୍ଥା ଅବଲମ୍ବନ କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚୀବ ଯେଭଳି ତାଙ୍କ୍ ପଦବୀର ଦୁରୁପଯୋଗ କରି ଓଡ଼ିଶାର ଶାସନ ବ୍ୟବସ୍ଥାକୁ ନିଜ ହାତ ମୁଠାକୁ ନେଇଛନ୍ତି । ଏହି ଅଗଣାତନ୍ତ୍ରକ କାର୍ଯ୍ୟର ସେ ପ୍ରତିବାଦ କରିଛନ୍ତି। ତେବେ ସେ ଜଣେ ସମାଜସେବୀ। ସମାଜର ତଥା ରାଜ୍ୟର ବିଭିନ୍ନ ସମସ୍ୟା, ପ୍ରସଂଗ ସହିତ ଜଡ଼ିତ ଅଛନ୍ତି। ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସେ ସବୁବେଳେ କାର୍ଯ୍ୟ କରିଆସୁଛନ୍ତି। ହେଲେ ସମସ୍ୟା ସମାଧାନ କରିବାରେ ପ୍ରଶାସନ ଓ ସରକାର ବିଫଳ ହୋଇଥିବା ସେ ଅଭିଯୋଗ କରିଛନ୍ତି। ସେ ଦୟା ନଦୀ ଓ ମହା ନଦୀ ରେ ବିଭିନ୍ନ କଳ କାରଖାନାର ବର୍ଯ୍ୟ ଜଳ ଛଡାଯିବା, ନଦୀ ଜଳକୁ ପ୍ରଦୂଷଣ କରାଯିବା ଏବଂ ଏହାର ସୁରକ୍ଷା ଦିଗ ରେ ସରକାର କୌଣସି ପଦକ୍ଷେପ ନ ନେବା ତାର ପ୍ରତିବାଦ ସେ କରିଛନ୍ତି। ତେବେ ସେ କୌଣସି ଦଳର ନୁହନ୍ତି। ଏଣୁ ତାଙ୍କୁ ନେଇ ରାଜନୀତି ବନ୍ଦ କରିବାକୁ ସେ ନିବେଦନ କରିଛନ୍ତି।ସେ ଜଣେ ସମାଜସେବୀ। ସେ ଜଣେ lic ଏଜେଣ୍ଟ ଭାବେ କାର୍ଯ୍ୟରତ। ତେବେ ଏହି କାର୍ଯ୍ୟ ପାଇଁ ତାଙ୍କ ପତ୍ନୀ ଓ କିଛି ବ୍ୟକ୍ତି ସମର୍ଥନ ଦେଇ ଥିବାରୁ ସେ ଧନ୍ୟବାଦ୍ ଦେଇଛନ୍ତି। ତେବେ ପ୍ରତିବାଦ ରାସ୍ତା ଯଦିଓ ଭୁଲ ଥିଲା ହେଲେ ବି ତାଙ୍କର ପ୍ରତିବାଦ କରିବାର ଅଧିକାର ରହିଚି । ତେବେ କିଛି ଲୋକ ଙ୍କୁ ଏହା ଭଲ ଲାଗି ନଥିବାରୁ ସେ କ୍ଷମା ମାଗିଛନ୍ତି। ତେବେ 5 ଟି ସଚୀବ ଭିକେ ପାଣ୍ଡିଆନଙ୍କୁ କ୍ଷମା ମାଗିବେ ନାହିଁ । ଯେହେତୁ 5 ଟି ସଚୀବ ନିଜ ପଦବୀ ର ଦୁରୁପଯୋଗ କରୁଛନ୍ତି। ତେବେ ପୁରୀ ଜିଲାପାଳଙ୍କୁ ଭାସ୍କର କ୍ଷମା ମାଗିଛନ୍ତି।ସେ 5 ଟି ସଚୀବ ଙ୍କ ଉପରେ କାଳୀ ମାଡ କରିବା ବେଳେ ପୁରୀ ଜିଲାପାଳ ପାଖ ରେ ଥିବାରୁ ତାଂକ ଉପରେ କାଳୀ ପଡିଯାଇଥିଲା। ତେବେ ସେ ଲଢ଼ୁଥିବା ସମସ୍ୟା ପୁର୍ବରୁ ଅନେକଥର ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କୁ ଅବଗତ କରିଛନ୍ତି। ହେଲେ ବିଧାୟକ ଅଞ୍ଚଳର ବିଭିନ୍ନ ସମସ୍ୟା ସମାଧାନ ଦିଗ ରେ ପଦକ୍ଷେପ ନେଇ ନାହାନ୍ତି। ଯାହା ଫଳ ରେ ସେ ଏହି ପ୍ରତିବାଦ କରିଛନ୍ତି। ତେବେ ତାଂକ ଜିବନ ପ୍ରତି ବିପଡ ରହିଚି କି ପ୍ରଶ୍ନର ଉତ୍ତର ରଖିଛନ୍ତି ସମାଜସେବୀ ଭାସ୍କର ସାହୁ।ସେ କହିଛନ୍ତି ମୁଁ ସମାଜର ଉନ୍ନତି ପାଇଁ ଲଢେଇ କରୁଚି। ମୋ ଜିବନ ପ୍ରତି ବିପଦ ଅଛି କି ମୁଁ ଜାଣେ ନାହିଁ। ତେବେ ସମାଜ ର ଉନ୍ନତି ପାଇଁ ଯଦି ତାଙ୍କର ଜୀବନ ବିପଦକୁ ଚାଲିଯାଏ ସେଥି ପାଇଁ ସେ କୁଣ୍ଠାବୋଧ କରିବେନି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More