ପାଣି ପାଇଁ ଡହକ ବିକଳ ନୂଆପାଟଣା ଗ୍ରାମବାସୀ

65

Get real time updates directly on you device, subscribe now.

ନରସିଂହପୁର(ସଂଘର୍ଷ ମିଡିଆ) : – ଆମକୁ ପିଇବା ପାଣି ଦିଅ ନହେଲେ ଆମେ ରାସ୍ତାରୁ ହଟିବୁ ନାହିଁ । ପାଣି ପାଇଁ ଅଡି ବସିଛନ୍ତି ଗ୍ରାମବାସୀ । ପାଖେଇ ଆସୁଛି ସାଧାରଣ ନିର୍ବାଚନ, ଭୋଟରଙ୍କ ପାଖରୁ ଆସୁଛି ମାଳ ମାଳ ଅଭିଯୋଗ । ବାରମ୍ବାର ଅଭିଯୋଗ ପରେ ନୂଆପାଟଣାବାସୀଙ୍କୁ ମିଳୁନି ପାନୀୟ ଜଳର ସୁବିଧା । ଖରା ଦିନିଆ ଟାଣ ଖରା ସାଙ୍ଗକୁ ଗ୍ରୀଷ୍ମ ପ୍ରବାହର ତାତି ତା ସାଙ୍ଗକୁ ଘୋର ପାଣିର ଅଭାବ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ନୂଆପାଟଣା ଗ୍ରାମରେ । ଖବର ପାଇ ଘଟଣା ସ୍ଥଳରେ ନୂଆପାଟଣା ପଂଚାୟତର ସରପଞ୍ଚ ପହଂଚି ଲୋକ ମାନଙ୍କୁ ବୁଝା ସୁଝା କରିଥିଲେ ଖୁବ ଶୀଘ୍ର ଗ୍ରାମବାସୀଙ୍କୁ ପିଇବା ପାଣି ଯୋଗାଇ ଦିଆଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More