ପାଣି ଅଭାବରୁ ନରସିଂହପୁରରେ ଛୁଆ ମାଈ ହାତୀର ମୃତ୍ୟୁ

12

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : ବଡ଼ମ୍ବା ନରସିଂହପୁର ବନାଞ୍ଚଳ ପାଲଟିଛି ହାତୀଙ୍କ କବର ଖାନା ହାତୀ ମୃତ୍ୟୁ ପାଇଁ ଗତ କିଛି ବର୍ଷ ହେଲା ସାରା ଭାରତରେ ଚର୍ଚ୍ଚିତ ଥିବା ବଡ଼ମ୍ବା ନରସିଂହପୁର ଜଙ୍ଗଲ ପୁଣିଥରେ ହାତୀ ମୃତ୍ୟୁକୁ ନେଇ ଚର୍ଚ୍ଚାକୁ ଆସିଛି। ଗତ ସପ୍ତାହ ମଧ୍ୟରେ ଦୁଇଟି ହାତୀଙ୍କର ମୃତ୍ୟୁ ଘଟିଥିବା ବେଳେ ବନ ବିଭାଗ ପକ୍ଷରୁ ଏହାକୁ ଚପାଇ ଦେବାକୁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଛନ୍ତି। ସୁଚନା ରୁ ପ୍ରକାଶ ଯେ ନରସିଂହପୁର ପୂର୍ବ
ବାନାଞ୍ଚଳ ଅନ୍ତର୍ଗତ ନୂଆଗଡ ସଂରକ୍ଷିତ ଜଙ୍ଗଲର କମ୍ପାନମେଣ୍ଟ 3ରେ ଗୋଟିଏ ହାତୀର ଗଳିତ ଶବ ଉଦ୍ଧାର ହୋଇଛି। ହାତୀଟି ପ୍ରାୟ 20ରୁ 25 ଦିନ ପୂର୍ବରୁ ପାଣି ଅଭାବରୁ ମରିଥିବା ପୂର୍ବ ବନାଚଳ ଅଧିକାରୀ ସୁବାସ ରାଉତ କହିଛନ୍ତି। ବନ ବିଭାଗ ପକ୍ଷରୁ ଶୁକ୍ରବାର ହାତୀର ଗଳିତ ଶବକୁ ଠାବ କରାଯାଇଥିବା ବେଳେ ତରଭରିଆ ଭାବେ ହାତୀକୁ ପୋତି ଦିଆ ଯାଇଥିବା ଜଣାପଡିଛି। ହାତୀଟି ଏକ ମାଇ ହାତୀ ହୋଇଥିବା ବେଳେ ହାତୀର ବୟସ ପ୍ରାୟ ତିନି ବର୍ଷ ହେବ ବୋଲି ମଧ୍ୟ ସ୍ପଷ୍ଟ କରିଛି ବିଭାଗ। ଅନ୍ୟପଟେ ବିଭାଗ ପକ୍ଷରୁ ହାତୀର ଗଳିତ ମୃତ ଦେହକୁ ଠାବ କରି କାଗପତ୍ରରେ ବ୍ୟବଛେଦ କରାଯାଇଛି। ମାତ୍ର ହାତୀ ବହୁ ଦିନ ପୂର୍ବରୁ ମରିଥିବାରୁ ହାତୀ ଶରୀରର ବିଭିନ୍ନ ଅଂଶ ନଷ୍ଟ ହୋଇ ଯାଇଥିବାରୁ ହାତୀକୁ ବ୍ୟବଛେଦ କରା ନଯାଇ ରିପୋର୍ଟ ଦିଆଯାଇଥିବା ଅଭିଯୋଗ ହେଉଛି। ଏନେଇ ରେଞ୍ଜର ସୁବାଷ ଚନ୍ଦ୍ର ରାଉତଙ୍କୁ ପଚାରିବାରୁ ପ୍ରଥମେ ରେଞ୍ଜର ଶ୍ରୀ ରାଉତ ସେଭଳି କିଛି ଘଟଣା ଘଟି ନାହିଁ ବୋଲି କହି ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରିଥିଲେ। ମାତ୍ର ଘଟଣା ସମ୍ପର୍କରେ ବାରମ୍ବାର ପ୍ରଶ୍ନ ପଚାରିବା ପରେ ଏହି ଘଟଣାକୁ ସ୍ବୀକାର କରିବା ସହ ଗୋଟିଏ ଅଢେଇରୁ ତିନି ବର୍ଷର ମାଇ ହାତୀ ମରିଥିବା ସ୍ବୀକାର କରିଥିଲେ। ସେହିପରି ମହାତ୍ମାଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ସ୍କିମ ମାଧ୍ୟମରେ ଜଙ୍ଗଲ ଅଞ୍ଚଳରେ ଅନେକ ପୋଖରୀ ଖୋଳା ହେଉଥିବା ବେଳେ ପାଣି ଅଭାବରୁ ହାତୀ ମୃତ୍ୟୁ ଘଟଣା ବିଭାଗର ପାରିବାପାଣିଆକୁ ପଦାରେ ପକାଉଛି। ହାତୀଟି ଦୁଇ ଦିନ ପୂର୍ବରୁ ମରିଥିବା କହିବା ସହ ହାତୀର ବ୍ୟବଛେଦ କରାଯାଇ ହାତୀକୁ ପୋତି ଦିଆଯାଇଛି ବୋଲି କହିଥିଲେ।ବଡ଼ମ୍ବା-ନରସିଂହପୁର ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ପ୍ରକାଶ ଥାଉ କି ବଡମ୍ବା ବନାଞ୍ଚଳ ରେ ଗତ ଫେବୃଆରୀ ମାସରେ ଦୁଇଟା ହାତୀ ମରିଥିବା ବେଳେ ବନ ବିଭାଗ ପକ୍ଷରୁ ଗୋଟିଏ ହାତୀକୁ ଚପାଇ ଦିଆଯାଇଥିବା ବେଳେ ଆଉ ଗୋଟିଏ ହାତୀ ମୃତ୍ୟୁ ଘଟଣାରେ କିଛି ହାତୀ ଶିକାରୀଙ୍କୁ ନେଇ ମାଡ ମାରିବା ବେଳେ ଜଣଙ୍କର ମୁତ୍ୟୁ ଘଟିଥିଲା। ସୂଚନା ରୁ ପ୍ରକାଶ ଯେ ଗତ ଏକ ବର୍ଷ ମଧ୍ୟରେ ନରସିଂହପୁର ପୂର୍ବ ବନ ବିଭାଗ ପଶ୍ଚିମ ବନ ବିଭାଗ, ବଡମ୍ବା ବନ ବିଭାଗ ଏବଂ ସାତକୋଶିଆ ଜିଲିଣ୍ଡା ଅଧିନରେ ଥିବା ଜଙ୍ଗଲରୁ 20ରୁ 25ଟି ହାତୀଙ୍କ ମୃତ୍ୟୁ ଘଟିଥିବା ବେଳେ STF ଟିମ ଦ୍ବାରା ଦ୍ଵାରା ହାତୀର ଗଳିତ ମୃତ ଦେହ ଉଦ୍ଧାର ହୋଇଥଲା ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More