ପାଣିରେ ବୁଡ଼ି ଯୁବକ ମୃତ 

12

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : –   ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଧୀନ ମାଝୀଗୁଡା ଗ୍ରାମର ଜଣେ ଯୁବକ ଗୁରୁବାର ମଧ୍ୟାନ୍ନ ରେ ପାଣିରେ ବୁଡ଼ିଯାଇ ମୃତ୍ୟୁ ବରଣ କରିଛି l ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ମାଝୀଗୁଡା ଗ୍ରାମର ଜଗଲ ଗୌଡ଼ଙ୍କ ପୁଅ କୃଷ୍ଣ ଗୌଡ଼ (୨୫) ଗ୍ରାମ ପାଖ ନିଜ ଜମିରେ ହଳ କରିବାକୁ  ଯାଇ ଥିବା ବେଳେ ହଳ କରି ସାରିବା ପରେ ପାଖରେ ଥିବା ଏକ ନାଳରେ ଗାଧୋଇବା ପାଇଁ ଯାଇଥିଲେ l ଗାଧୋଉଥିବା ସମୟରେ ତାଙ୍କ ଗୋଡ ଖସି ଯିବାରୁ ସେ ପାଣିରେ ବୁଡ଼ି ଯାଇଥିଲେ l ପାଖରେ କାମ କରୁଥିବା ଲୋକେ ଦେଖି ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଉଦ୍ଧାର କରିପାରିନଥିଲେ l ପରେ ଡାବୁଗାଁ ଅଗ୍ନିଶମ କେନ୍ଦ୍ରକୁ ଖବର ଦେଇଥିଲେ l ଖବର ପାଇ ଅଗ୍ନିଶମ କେନ୍ଦ୍ର କର୍ମଚାରୀ ମାନେ ପହଞ୍ଚି ଖୋଜା ଖୋଜି କରି କୃଷ୍ଣଙ୍କୁ ପାଣିରୁ ଉଦ୍ଧାର କରିଥିଲେ l ପରେ ତାଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଏନେଇ ମୃତକର ଭାଇ କୃଶ ଗୌଡ଼ ଡାବୁଗାଁ  ଥାନାରେ ଏତଲା ଦେଇଥିଲେ l ଉକ୍ତ ଏତଲାକୁ ଭିତ୍ତି କରି ଥାନା ସବଇନିସ୍ପେକ୍ଟର ଚନ୍ଦନ ସାହୁ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ପଞ୍ଚନାମା କରି ବ୍ୟବଛେଦ ପାଇଁ ପଠାଇ ଥିଲେ l ଶବ ବ୍ୟବଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି l ଏନେଇ ଥାନା କେସ ନଂ ୨୩ /୨୩ ରେ ଏକ ଅପମୃତ୍ୟୁ  ମାମଲା ରୁଜୁ କରାଯାଇଛି l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More