ପାଣିଟାଙ୍କି ଅଛି ହେଲେ ଟୋପେ ମିଳୁନି ପିଇବାକୁ ପାଣି

10

Get real time updates directly on you device, subscribe now.

ଗଞ୍ଜାମ(ସଂଘର୍ଷ ମିଡିଆ) :- ପିଇବା ପାଣି ପାଇଁ ଲୋକେ ଡହଳ ବିକଳ । ଗ୍ରୀଷ୍ମ ଋତୁ ଆସିବା ପୂର୍ବରୁ ଦେଖା ଦେଲାଣି ଜଳର ସଙ୍କଟ । ଘନ ଘନ ବୈଠକ ତଥାପି କାର୍ଯ୍ୟ ଶୂନ୍ୟ । ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ ବରାଦ କରି ପ୍ରତି ଘରକୁ ଘର ଟେପ୍ ଦ୍ଵାରା ବିଶୁଦ୍ଧ ଜଳ ଯୋଗାଇବା ଲକ୍ଷରେ ବିଭିନ୍ନ ପ୍ରକଳ୍ପ କରିଛନ୍ତି ଆଉ ସେଥି ମଧ୍ୟରେ ବସୁଧା ଓ ସ୍ଵଜଳ ଯୋଜନା ମଧ୍ୟ ରହିଛି । ଯୋଜନା କେତେ କାମ କରୁଛି ହୁଏତ ଏ ଦୃଶ୍ୟ ଦେଖିଲେ ଆପଣ ଠିକ୍ ବୁଝିପାରିବେ । ବସୁଧା ମିଶିବାକୁ ବସିଲାଣି ବସୁଧାରେ । ଏ ଦୃଶ୍ୟ ହେଉଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ୍ ଗେରେଡ଼ା ଗ୍ରାମ ପଞ୍ଚାୟତ ପୋଚାଲୁଣ୍ଡି ହରିଜନ ସାହିର । ସାହିରେ ଦୁଇ ଦୁଇଟା ନଳକୂପ ରହିଛି କିନ୍ତୁ ଗୋଟିଏରେ ବି ବାହାରୁନି ସ୍ୱଚ୍ଛ ପାଣି । ଶୁଣନ୍ତୁ ଏ ନେଇ କଣ କହୁଛନ୍ତି ଗ୍ରାମବାସୀ । ସାହିରେ ଦୁଇଟି ନଳକୂପ ଥିବା ବେଳେ ଗୋଟିଏ ନଳକୂପକୁ ପିଟି ପିଟି ହାଲିଆ ହୋଇଗଲେ ସୁଦ୍ଧା ଟୋପେ ପାଣି ବାହାରୁନଥିବା ବେଳେ ଅନ୍ୟଟିର ପାଣି ଦେଖିଲେ ଲାଗିବ ଆଶ୍ଚର୍ଯ୍ୟ ! ପାଣି ତ ନୁହେଁ ସତେ ଯେମିତି ଫାଷ୍ଟ ଫୁଡ୍ ର ସୁପ୍ ପରିକା । ତେବେ ଗାଆଁରୁ ଦୁଇ କିଲୋମିଟର ଦୂରରେ ଥିବା ଏକ ନଦୀରୁ ଚୁଆ କରି ପାଣି ଖାଉଥିବା ଦେଖିବାକୁ ମିଳିଛି । ଏପରି କି ସ୍ଥାନୀୟ ସରପଞ୍ଚକୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣଷି ସୁଫଳ ମିଳି ନଥିବା ଅଭିଯୋଗ ଆସିଛି । ଗ୍ରାମର ଅନ୍ୟ ସାହିକୁ ଜଳ ଯୋଗାଣ ହୋଇଥିବା ବେଳେ, ସାବତ ପୁଅ ପାଲଟିଛି କି ହରିଜନ ସାହି ? ସାହିରେ ୧୫ ରୁ ୨୦ ପରିବାର ବସବାସ କରୁଥିବା ବେଳେ, ଜଂଗଲୀ ଜନ୍ତୁଙ୍କ ପ୍ରାଦୁର୍ଭାବ ବଢ଼ିବା ଯୋଗୁଁ ସଞ୍ଜ ନଇଁବା ପୂର୍ବରୁ ସମସ୍ତେ ହୋଇଯାଆନ୍ତି ସଜାକ୍ ନିଜେ ନିଜର ଗରା ମାଠିଆ ନେଇ ବାହାରି ପଡ଼ନ୍ତି ପାଣି ଆଣିବା ପାଇଁ ନଦୀ ପଠାକୁ । ତେବେ ଏ ନେଇ ଆମେ ଯୋଗାଯୋଗ କରିଥିଲୁ ଭଞ୍ଜନଗର ଉପ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟଙ୍କୁ । ଉପ ଜିଲ୍ଲାପାଳ ତତ୍ପର ହେଇ ନେଇଥିଲେ କାର୍ଯ୍ୟାନୁଷ୍ଠାନ । ତୁରନ୍ତ ଯୋଗାଯୋଗ କରିଥିଲେ ପାନୀୟ ଜଳ ବିଭାଗର ଅଧିକାରୀଙ୍କୁ । ତେବେ ଦେଖିବାକୁ ବାକି ରହିଲା କେବେ ପଡ଼ୁଛି ସରକାରଙ୍କର ନଜର । ଆଉ କେବେ ବଦଳୁଛି ଚିତ୍ର ଏହି ଗାଁର ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More