ପାଠ ପଢିବା ସମୟରେ ହାତରେ କୋଦାଳ ଧରି ମୋରମ ବୋହିଲେ ଛାତ୍ରଛାତ୍ରୀ

20

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : କୌଣସି ବଡ଼ ଶ୍ରମିକ କରୁ ନାହାନ୍ତି ବରଂ ସ୍କୁଲ ପିଲା ସାଜିଛନ୍ତି ଶିଶୁ ଶ୍ରମିକ, ବିଦ୍ୟାଳୟରେ ସଫା ସୁତରା ରଖିବା ପାଇଁ ଶିକ୍ଷକ ମାନେ ବାହାର କୁଲି ଦେଇ କରାଉଛନ୍ତି, କିନ୍ତୁ ଏଇଠି ସବୁ ଓଲଟା, ପାଠ ପଢିବା ସମୟରେ ହାତରେ କୋଦାଳ ଧରି ମୋରମ ବୋହିଲେ ଛାତ୍ରଛାତ୍ରୀ । ଏମିତି ଆଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କାଚରା ପାରା ୩ ନମ୍ବର ପଂଚାୟତ ର ଉଡଣ୍ଡି ଗ୍ରାମ ର ପ୍ରାଥମିକ ବିଦ୍ୟାଳୟ ର ଖୋଦ ପ୍ରଧାନ ଶିକ୍ଷକ ସୁବୋଧ ବ୍ୟାପାରୀ ନିଜେ ଏହି ଛୋଟ ଛୋଟ ପିଲା ମାନଙ୍କୁ ପାଠ ପଢାଇବା ବଦଳରେ କାମ କରାଉଥିଲେ । ଏହି ବିଷୟରେ ରାଇଘର ବ୍ଲକ ଶିକ୍ଷା ଅଧିକାରୀଙ୍କୁ ପଚାରିବାରୁ ମୁଁ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି ବୋଲି କହିଥିଲେ । ଏବେ ଦେଖିବାକୁ ବାକି ରହିଲା ବ୍ଲକ ଶିକ୍ଷା ଅଧିକାରୀ କେଉଁ ଦିନ, କେଉଁଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି।ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ୍ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More