ପାଠପଢା ନାଁରେ ଛାତ୍ର ଛାତ୍ରୀଙ୍କୁ କାମ କରାଉଛନ୍ତି ଶିକ୍ଷୟତ୍ରୀ

26

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ) : – ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ କରୁଛନ୍ତି ବିଦ୍ୟାଳୟର କାମ, ପାଠ ପଢ଼ିବାକୁ ଆସୁଥିବା ଛାତ୍ରଛାତ୍ରୀ ମାନେ କାହା ନିର୍ଦ୍ଦେଶରେ କରୁଛନ୍ତି କାମ,
ଯାହା ଏହି ଭାଇରାଲ ଭିଡିଓ ରେ ଦେଖିବାକୁ ମିଳୁଛି ନିଜେ ଶିକ୍ଷୟତ୍ରୀ ରହି ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟର କାର୍ଯ୍ୟ କରାଉଛନ୍ତି। ସରକାର ଛାତ୍ରଛାତ୍ରୀ ମାନଙ୍କ ପାଇଁ ବହୁ ଗୁଡ଼ିଏ ଯୋଜନା କରିଛନ୍ତି ଏମିତି କି ଚକାଚକ୍ ବିଦ୍ୟାଳୟ, ଅତ୍ୟାଧୁନିକ ପାଠାଗାର, କମ୍ପୁଟର ଲାଇବ୍ରେରୀ, ଛାତ୍ରଛାତ୍ରୀ ମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ, ଛାତ୍ରଛାତ୍ରୀ ମାନଙ୍କ ପାଇଁ ସ୍କୁଲ ପୋଷାକ ଠାରୁ ଆରମ୍ଭ କରି ସମସ୍ତ ସରକାରୀ ବିଦ୍ୟାଳୟ ମାନଙ୍କରେ ଦଣ୍ଡମୁକ୍ତ କରାଯାଇଛି। କିନ୍ତୁ ଏହି ଭିଡିଓ ଦେଖିବା ପରେ ମନେହେଉଛି ବିଦ୍ୟାଳୟରେ ସରକାରଙ୍କ ଦଣ୍ଡମୁକ୍ତ ଆଇନିକୁ ଶିକ୍ଷକ ଓ ଶିକ୍ଷୟିତ୍ରୀ କେତେ ପାଳନ କରୁଛନ୍ତି? ଏଭଳି ଏକ ଅଭିଯୋଗ ଆସିଛି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଆଗପଡା ପ୍ରକଳ୍ପ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଲୋପାମୁଦ୍ରା ବାରିକ ମନଇଚ୍ଛା ବିଦ୍ୟାଳୟ କୁ ପାଠ ପଢ଼ିବାକୁ ଆସୁଥିବା ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟ ପରିସରରେ ଅଇଁଠା ପତ୍ର ଉଠାଇବା, ବାସନ ମାଜିବା,ଘାସ ଓପାଡିବା ସହିତ ବିଦ୍ୟାଳୟରେ ଝାଡୁପୋଛା କରାଇବା ନେଇ ଛାତ୍ରଛାତ୍ରୀମାନଙ୍କ ଅବିଭାବକମାନେ ଅଭିଯୋଗ କରିଛନ୍ତି।
ସଠିକ୍ ତଦନ୍ତ କରାଯାଇ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଦ୍ୟାଳୟରେ କାର୍ଯ୍ୟ କରାଉଥିବା ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ଉପରେ କଡା ରୁ କଡା କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More