ପାଇଲଟ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ଟ୍ରେନିଂ ପାଇଲଟ ମୃତ

10

Get real time updates directly on you device, subscribe now.

ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : ଢେଙ୍କାନାଳ ଜିଲ୍ଲା କଙ୍କଡାହାଡରେ ପାଇଲଟ ଟ୍ରେନିଂ ଚାଲିଥିବା ବେଳେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଦୁଇଜଣ ଟ୍ରେନିଂ ପାଇଲଟ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ସୂଚନା ଅନୁସାରେ ସୋମବାର ସକାଳ ସମୟରେ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଗ୍ରାମ ବିରାଶାଳ ଏୟାରଷ୍ଟ୍ରିପ ଠାରେ ଟ୍ରେନିଂ ଚାଲିଥିବା ବେଳେ ଏକ ବିମାନ ଖସି ପଡ଼ିଥିଲା । ଏଥିରେ ଥିବା ଦୁଇ ୨ ପାଇଲଟଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି । ଏଥିରେ ଜଣେ ମହିଳା ଓ ଜଣେ ପୁରୁଷ ଥିବା ଜଣାପଡିଛି । ମୃତ ମହିଳା ଜଣଙ୍କ ଟ୍ରେନି ପାଇଲଟ ହୋଇଥିବା ବେଳେ ପୁରୁଷ ଜଣଙ୍କ ତାଙ୍କର ପ୍ରଶିକ୍ଷକ ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More