ପାଇପ ଲାଇନ ବିଛାଇବା ପାଇଁ ଖୋଳିଦେଲେ ରାସ୍ତା , ଚାଷୀ ଓ ଗ୍ରାମବାସୀ ହନ୍ତସନ୍ତ, ଯାତାୟତ ବାଧାପ୍ରାପ୍ତ

12

Get real time updates directly on you device, subscribe now.


ନବରଙ୍ଗପୁର (ସଂଘର୍ଷ ମିଡିଆ): – ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ତୁମର୍ଲା ଠାରେ ମେଗା ଜଳ ପ୍ରକଳ୍ପର ପାଇପ ଲାଇନ ବିଛାଇବା କାମ ଚାଲୁ ରହିଛି । ଏହି କାମ ଯୋଗୁଁ ତୁମର୍ଲ୍ଲା ଗ୍ରାମର ବ୍ରାହ୍ମଣ ସାହି ରାସ୍ତାରେ ପାଇପ ଲାଇନ ବିଛାଇବା ପାଇଁ ଖାଲ ଖୋଲାଯାଇଛି । ଯେଉଁ ଖାଲ ଖୋଳା ଯାଇଛି,  ତାହା କିଛି ମାସ ପୂର୍ବରୁ ତିଆରି ହୋଇଥିବା ରାସ୍ତା କୁ ସମ୍ପୂର୍ଣ ନଷ୍ଟ କରିଦେଇଛି। ରାସ୍ତା ଉପରେ ମାଟି ପକାଇଦେବାରୁ ଏହି ସାହିର ରାସ୍ତା ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି । ଏହି ସାହି ଶେଷ ଭାଗରେ କଳାଧାରିଣୀ ସ୍ଵୟଂ ସହାୟକ ଗୋଷ୍ଠୀର କାର୍ଯ୍ୟାଳୟ ରହିଛି । ଏହି ସ୍ଵୟଂ ସହାୟକ ଗୋଷ୍ଠୀ ଚାଷୀ ପଞ୍ଜିକରଣ ଓ ପି ଡି ଏସ ଚାଉଳ ବଣ୍ଟନ କରନ୍ତି। ପଞ୍ଚାୟତର ସମସ୍ତେ ଏଠାକୁ ପ୍ରାୟ ଆସିବାକୁ ବାଧ୍ୟ । ତେଣୁ ଏହି ରାସ୍ତା ନଷ୍ଟ ହେବା ଯୋଗୁଁ  ବର୍ଷା ଦିନେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଶୀଘ୍ର ଏହି ରାସ୍ତାରେ ପାଇପ ଲାଇନ ବିଛାଇ ରାସ୍ତା ଠିକ ଭାବେ ତିଆରି କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି। ବିଭିନ୍ନ ସ୍ଥାନରେ ଏହିଭଳି କାମ ହେବା ସ୍ଥାନରେ ରାସ୍ତା ଗୁଡ଼ିକ ନଷ୍ଟ ହେଉଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଦେଖି ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ରାସ୍ତାକୁ ଯଦି ପୂର୍ବଭଳି ନକରି କେବଳ ମାଟି ଘୋଡାଇ ଦିଆଯାଏ ତେବେ ଏହି ରାସ୍ତା ଗମନାଗମନ ରେ ବର୍ଷାଦିନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ଗ୍ରାମବାସୀଙ୍କୁ ହେବାକୁ ପଡିବ। ଏ ନେଇ ପାପଡାହାଣ୍ଡି ବ୍ଲକ ସଂପୃକ୍ତ ଜଳ ଓ ପରିମଳ ବିଭାଗ କନିଷ୍ଟ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରିବାରୁ ଖୋଳା ଯାଇଥିବା ମେସିନ କୁ ଗ୍ରାମରୁ ଛାଡନ୍ତୁ ନାହିଁ । ରାସ୍ତା ଘୋଡାଇବା ପରେ ଛାଡ଼ିବେ କହି ନିଜ ଦାୟିତ୍ଵ ମୁକ୍ତ ହୋଇଗଲେ। ବର୍ଷା ଦିନେ ଗ୍ରାମବାସୀ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେବେ। ଏବେ ଅଳ୍ପ ବର୍ଷା ରେ ନାହିଁ ନ ଥିବା ଅସୁବିଧା ଦେଖିବାକୁ ମିଳୁଛି lସଂପୃକ୍ତ ବିଭାଗ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।ଏ ଭିତରେ ଯୁଦ୍ଧ କାଳୀନ ଭିତ୍ତିରେ କାର୍ଯ୍ୟ ନ ହେଲେ କେତେ ଦୁର୍ଘଟଣା ହେବ କିଏ କହିବ, କେତେ ଧନ ଜୀବନ ନଷ୍ଠ ହେବ କିଏ କହିପାରିବ ? ଏଣୁ  ତୁରନ୍ତ ରାସ୍ତା ମରାମତି କରାଇ ଧନ ଜୀବନ ସୁରକ୍ଷା କରାଇବାକୁ ଜନସାଧାରଣରେ ଦୃଢ଼ ଦାବୀ ହେଉଛି l
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More