ପାଇଖାନା କାନ୍ଥ ପଡି ବାଳକ ମୃତ

14

Get real time updates directly on you device, subscribe now.

ନବରଙ୍ଗପୁର (ସଂଘର୍ଷ ମିଡିଆ) : -ନବରଙ୍ଗପୁର ଜିଲ୍ଲା ବାଘସିଉନି ଗ୍ରାମ ପଞ୍ଚାୟତ ଜାମ୍ବଗୁଡା ଗ୍ରାମର ସୁମନ୍ତ ଭତ୍ରା ଙ୍କ ପୁଅ ପ୍ରିୟାନସୁ ଭତ୍ରା ୧୧ବର୍ଷ ଙ୍କ ଉପରେ କାନ୍ଥ ପଡି ମୃତ୍ୟୁ ହୋଇଛି ।ସୁମନ୍ତ ଙ୍କ ପରିବାର କୋରାପୁଟରେ ୧୫ବର୍ଷ ରହିଆସୁଥିଲେ ।ସକାଳେ ପ୍ରିୟାନସୁ ଶୌଚ ପାଇଁ ଯାଇଥିଲେ ,ହଠାତ କାନ୍ଥ ପଡି ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା ।ପରିବାର ଲୋକ ବାଳକକୁ ଦେଖିବାର ଅଳ୍ପ ସମୟ ମଧ୍ୟରେ ବାଳକର ମୃତ୍ୟୁ ହୋଇଥିଲା । ମୃତ୍ୟୁ ଖବର ଶୁଣିବା ପରେ ଜାମ୍ବଗୁଡା ଗ୍ରାମରେ ଶୋକାକୁଳର ପରିବେଶ ଦେଖିବାକୁ ମିଳିଥିଲା ।ବାଳକର ମୃତ୍ୟୁ ପାଇଁ ପରିବାର ଲୋକ ଭାଙ୍ଗି ପଡିଛନ୍ତି । ପରେ ନିଜ ଗାଁ ଜାମ୍ବଗୁଡା ରେ ଶବ କୁ ଆଣି ସମାଧି ଦିଆଯାଇଥିଲା ।
ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More