ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ନେଇ ବର୍ତ୍ତମାନ ଚିନ୍ତାରେ ଓଡିଶା,ଆରମ୍ଭ ହେଲା ଫୋନ ଟ୍ରାକିଂ

40

Get real time updates directly on you device, subscribe now.

ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ନେଇ ବର୍ତ୍ତମାନ ଚିନ୍ତାରେ ଓଡିଶା ସରକାର । କାରଣ ଓଡିଶାରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଅଧିକାଂଶ ଆକ୍ରାନ୍ତଙ୍କ ଲିଙ୍କ ପଶ୍ଚିମବଙ୍ଗ ସହ ରହିଛି । ଏନେଇ ତତ୍ପର ହୋଇ ପଡିଛନ୍ତି ରାଜ୍ୟ ସରକାର ଏବଂ ପଶ୍ଚିମବଙ୍ଗ ଫେରନ୍ତାଙ୍କ ଉପରେ କଡାକଡି ଭାବେ ସର୍ଭିଲାନ୍ସ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି ।ରାଜ୍ୟର ସମସ୍ତ ପଞ୍ଚାୟତ ପ୍ରତିନିଧିଙ୍କଠାରୁ ତଥ୍ୟ ନେବା ସହ ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ଚିହ୍ନଟ କରିବା ପ୍ରକ୍ରିୟାକୁ ଜୋରଦାର କରିଛନ୍ତି ରାଜ୍ୟ ସରକାର । ମାର୍ଚ୍ଚ ୨୫ ପରେ ପଶ୍ଚିମବଙ୍ଗରୁ ଓଡିଶା ଫେରିଥିବା ଲୋକଙ୍କୁ ଠାବ କରିବା ପାଇଁ ସେମାନଙ୍କ ଫୋନ ଟ୍ରାକିଂ ଆରମ୍ଭ ହୋଇଛି । ଏପର୍ଯ୍ୟନ୍ତ ରାଜ୍ୟ ସରକାର ଫୋନ୍ ଟ୍ରାକିଂ କରି ୨ ହଜାର ୯ ଶହ ଜଣଙ୍କୁ ଠାବ କରିଥିବା ସୂଚନା ମିଳିଛି। ଏମାନଙ୍କୁ ୧୪ ଦିନ ପାଇଁ ସଙ୍ଗରୋଧରେ ରଖାଯିବା ପାଇଁ ମଧ୍ୟ ବ୍ୟବସ୍ତା କରାଯାଇଛି । ଓଡିଶା ସୀମା ଦେଇ ପଶ୍ଚିମବଙ୍ଗରୁ ଅନେକ ବ୍ୟକ୍ତି ଆସିଥିବା ସହ ସେମାନଙ୍କ ମଧ୍ୟରୁ କିଛି କରୋନା ପଜିଟିଭ ଚିହ୍ନଟ ହେବା ପରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More