ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ ) : ପଶୁ ପ୍ରେମରେ ବନ୍ଧା ମଣିଷ ,ଗୋମାତାଙ୍କ ପାଇଁ ଉତ୍ସଗ୍ରୀକୁର୍ତ ଜୀବନ। ନିଜେ ପଛେ ଭୋକିଲା ରହିଥାନ୍ତୁ କିନ୍ତୁ କୌଣସି ଗାଈଗୋରୁ ଭୋକିଲା କି କୌଣସି ଅସୁବିଧା ରେ ରହିଲେ ସେ ସହ୍ୟ କରିପାରନ୍ତି ନାହିଁ । ଏମିତି ଜଣେ ନିଆରା କୁନି ବାଳକ ହେଉଛନ୍ତି ମୋହିତ ଓରଫ ସ୍ୱାଗତ,ବୟସ ରେ ବହୁତ ଛୋଟ ,ହେଲେ ସେ ଗୋରୁ ପ୍ରେମରେ ପାଗଳ, ସେ ପାଠ ମଧ୍ୟ ବହୁତ ଭଲ ପଢନ୍ତି ।ପାଠ ପଢିବା ସହିତ ଗୋରୁ ସେବାମଧ୍ୟ କରୁଛନ୍ତି।କାହାକୁ କେଉଁ ନିଶା ଘରିଥିବା ବେଳେ ଏମିତି ଜଣେ ମଣିଷ ଯାହାକୁ ବୁଲା ଗୋରୁ ,ବୁଲା କୁକୁର ପାଳିବା ନିଶା ଘାରିବା ଲାଗିଛି ।ଗୋଟିଏ କି ଦୁଇଟି ନୁହେଁ ସହ ସହ ବୁଲା ଗୋରୁ ଙ୍କୁ ତାଙ୍କର ସେବାକରିବା ସହିତ ଖାଇବାକୁ ଦେଇ ସହର ରେ ଚର୍ଚା ର କେନ୍ଦ୍ରବିନ୍ଧୁ ସାଜିଛନ୍ତି, ଏହି କୁନି ବାଳକ । ମୋହିତ ଓରଫ ସ୍ୱାଗତ ଅଷ୍ଟମ ଶ୍ରେଣୀର ଛାତ୍ର, ବୟସରେ ସେ ବହୁତ ଛୋଟ ହେଲେ ସେ ଗୋରୁ ପ୍ରେମର ପାଗଳ । ଯେତେବେଳେ ସେ ସ୍କୁଲ ରୁ ପାଠ ପଢ଼ିସାରି ଘରକୁ ଫେରନ୍ତି, ସେତେବେଳେ ବୁଲା ଗୋରୁ, ବୁଲା କୁକୁର ତାଙ୍କ ଆସିବା ବାଟକୁ ତାଙ୍କ ଘର ସାମ୍ନା ରେ ଚାହିଁ ବସିଥାନ୍ତି ଏବଂ ମୋହିତ ଓରଫ ସ୍ୱାଗତ ମଧ୍ୟ ସ୍କୁଲ ରୁ ଆସିବା ମାତ୍ରେ ସେ ସଂଗେ ସଂଗେ ଗୋରୁ ସେବାରେ ଲାଗିପଡନ୍ତି । ଗୋରୁଙ୍କୁ ଆଳୁ ,ଶାଗ,ବିସ୍କୁଟ, ବିଭିନ୍ନ ପ୍ରକାର ପନିପରିବା ଖାଇବାକୁ ଗୋରୁଙ୍କୁ ଦେଇଥାନ୍ତି । ପଶୁ ହେଲେବି ସେମାନଙ୍କ ମନରେ ରହିଛି ଅତୁଟ ଭଲପାଇବା ,ସେହ୍ନ ଆଉ ଶ୍ରଦ୍ଧା ,ମଣିଷ ପରି ସେମାନଙ୍କ ମନରେ ରହିଥାଏ ଅନେକ ଭାବନା । କୁନି ବାଳକ ର ଏହିପରି କାମ କୁ ମଧ୍ୟ ତାଙ୍କ ପରିବାର ପ୍ରସଂଶା କରୁଛନ୍ତି । ସ୍ଵାଗତ,ସରଳ ନିରୀହ ଆମାୟିକ ୧୩ବର୍ଷର ଅବୋଧ ବାଳକ। ସୋନପୁର ମଝିପଡ଼ା ର ସାମାନ୍ୟ କିରାଣୀ ଚାକିରି ଖଣ୍ଡେ କରୁଥିବା ସତ୍ୟ ପ୍ରସାଦ ମିଶ୍ର ଓ ପୁଷ୍ପାଞ୍ଜଳି ମିଶ୍ରଙ୍କ କୋଳ ମଣ୍ଡନ କରୁଥିବା ଏ ପିଲାଟିକୁ ଆପଣ୍ ଦେଖିଲେ କହି ପାରିବେନି ଯେ, ୟା ଭିତରେ ମହମହ ହେଇ ବାସୁଛି ଛପା ତୁଳସୀ। ସେଣ୍ଟ ଅନ୍ନସ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀରେ ପଢୁଥିବା ଏ ପିଲାଟି,କୁନି ବୟସରୁ ପଡ଼ିଛି ପଶୁଙ୍କ ପ୍ରେମରେ।ବାପା ମା ଦେଉଥିବା ପକେଟ୍ ଖର୍ଚକୁ ଲଗେଇ ଦଉଛି ସହରର ବୁଲା କୁକୁର ଆଉ ଗାଇଙ୍କ ଖାଇବାରେ ।ପଚାରିଲେ କହେ”ମୁଁ ତ ଘରେ ଖାଇ ପାରୁଛି,ଏମାନେ ପଡ଼ୁଥିବା ଆବର୍ଜନା ଖାଇ ରୋଗାକ୍ରାନ୍ତ ହେଉଛନ୍ତି।ତେଣୁ ଚେଷ୍ଟା କରୁଛି ଏମାନଙ୍କୁ ଖୁଆଇବାକୁ।ସେ ଗାଈ କୁକୁର ବି କମ୍ ନୁହନ୍ତି,ସ୍ୱାଗତକୁ ଦେଖିଲାମାତ୍ରେ ଛୁଟି ଆସନ୍ତି,ବିସ୍କୁଟ ହଉ କି ବରା, ଲେଜ୍ ହେଉ କି କୁର୍କୁରି ଖୁବ୍ ଖୁସିରେ ଖାଆନ୍ତି। ଦେହସାରା ଗୁରୁଣ୍ଡି ମଜା ନିଅନ୍ତି l ଏ କୁନି ସ୍ଵାଗତ ର ଇଚ୍ଛା ବଡ ହେଲେ ବୁର୍ଲା ର ରାମ ଚନ୍ଦାନି ସାର୍ ନକପରି ସେ ଡାକ୍ତର ଟିଏ ହେବ, ଆଉ ନିଜ ଖର୍ଚ୍ଚରେ ପଶୁ ଶାଲା ଟିଏ କରିବ।ବାପାମାଆ ବି ଉତ୍ସାହିତ କରନ୍ତି ଏଥିପାଇଁ ବୋଲି ଖୁସିରେ ଆତ୍ମ ପ୍ରକାଶ କରେ ସ୍ଵାଗତ। ସ୍ଵାଗତର ଏ ସ୍ଵାଗତ ଯୋଗ୍ୟ ନିଷ୍ପତ୍ତିକୁ ସରକାର ପ୍ରୋତ୍ସାହିତ କରିବେ ବୋଲି ଆଶା । ସୁବର୍ଣ୍ଣପୁର ରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ, ସଂଘର୍ଷ ନିଉଜ ।