ପଲ୍ଲିସଭାରେ ସ୍ଵୀକୃତି ପାଉଥିବା ପ୍ରକଳ୍ପ ଗୁଡିକ ବ୍ଲକ ପ୍ରଶାସନ ଅନୁମୋଦନ କରୁନଥିବା ନେଇ ସରପଞ୍ଚଙ୍କ ବିଡିଓଙ୍କୁ ଦାବିପତ୍ର ପ୍ରଦାନ

12

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅଧୀନ ଡାବୁଗାଁ ପଞ୍ଚାୟତରେ ହେଉଥିବା ପଲ୍ଲିସଭା ଗୁଡିକରେରେ ସ୍ଵୀକୃତି ପାଉଥିବା ପ୍ରକଳ୍ପ ଗୁଡିକ ବ୍ଲକ ପ୍ରଶାସନ ଅନୁମୋଦନ ନକରିବା ନେଇ ଡାବୁଗାଁ ସରପଞ୍ଚ ବିନୋଦ ସୌରା ଏକ ଦାବିପତ୍ର ଏବିଡିଓ ପଦ୍ମନାଭ ତ୍ରିପାଠୀଙ୍କୁ ବୁଧବାର ପ୍ରଦାନ କରିଛନ୍ତି | ୨୦୨୨ ନିର୍ବାଚନରେ ଡାବୁଗାଁ ପଞ୍ଚାୟତର ନୂତନ ସରପଞ୍ଚ ଭାବେ ବିନୋଦ ସୌରା ଦାୟିତ୍ଵ ଗ୍ରହଣ କରିଥିଲେ | ଏହି ଦିନ ଠାରୁ ପଞ୍ଚାୟତର ବିଭିନ୍ନ ଗ୍ରାମରେ ୪/୫ ଥର ପଲ୍ଲିସଭା ଓ ଗ୍ରାମସଭା ହୋଇଥିଲା | ଉକ୍ତ ପଲ୍ଲିସଭା ଓ ଗ୍ରାମସଭା ରେ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଏମଜିଏନଆରଇଜିଏସ ଯୋଜନାରେ ବିଭିନ୍ନ ପ୍ରକଳ୍ପ ଯଥା:- ଜମି ମରାମତି, ଗାଈଗୁହାଳ, ନୂତନ ପୋଖରୀ ଖନନ, ରାସ୍ତା ଏବଂ ଅନ୍ୟାନ୍ୟ କାର୍ଯ୍ୟ ଗୁଡିକ ମଧ୍ୟ ୧ ବର୍ଷ ବୀତି ଗଲାଣି କିନ୍ତୁ ଉକ୍ତ ପ୍ରକଳ୍ପ ଗୁଡିକ ଡାବୁଗାଁ ପଞ୍ଚାୟତ ତରଫରୁ ଗୋଟିଏ ମଧ୍ୟ କାର୍ଯ୍ୟ କରାଯାଇନାହିଁ | ପୁନର୍ବାର ପଲ୍ଲିସଭା ପାଇଁ ଗ୍ରାମକୁ ଗଲେ ଲୋକେ କହୁଛନ୍ତି ପୂର୍ବରୁ ପଲ୍ଲୀସଭାରେ ସ୍ଵୀକୃତୀ ପାଇଥିବା କାମ ଗୁଡିକ ହେଉ ନାହିଁ ପୁଣି କାହିଁକି ପଲ୍ଲିସଭା ପାଇଁ ଆସିଛ | ପୂର୍ବରୁ ପଲ୍ଲିସଭା ଓ ଗ୍ରାମସଭାରେ ଯେଉଁ ପ୍ରକଳ୍ପ ଗୁଡିକ ସ୍ଵୀକୃତି ପାଇଛି ତାହା ପ୍ରଥମେ କରାଯାଉ ତା ପରେ ପଲ୍ଲିସଭା କରାଯାଉ ବୋଲି ଗ୍ରାମବାସୀ ସରପଞ୍ଚ ଙ୍କୁ ପ୍ରଶ୍ନ କରୁଛନ୍ତି | କିନ୍ତୁ ନୂତନ ପଲ୍ଲିସଭା ଓ ଗ୍ରାମସଭାରେ ପାସ କରି ଦିଆଯାଉଥିବା କମ ଗୁଡିକ ଅନୁମୋଦନ କରି ମନଇଛା କାମ ଗୁଡିକ ଲେଖି କେତେ ଜଣ ଠିକାଦାର ମିଶି ଡାବୁଗାଁ ବ୍ଲକରେ ମନଇଛା ତାହା ପଞ୍ଚାୟତକୁ ନ ଜଣାଇ କାମ ଗୁଡିକ କରୁଛନ୍ତି | ଯଦି ଏମଜିଏନଆରଇଜିଏସ କାମ ରେ ପଞ୍ଚାୟତ କୌଣସି ଅଧିକାର ନାହିଁ ତାହେଲେ ଡାବୁଗାଁ ଗ୍ରାମ ପଞ୍ଚାୟତରେ ପଲ୍ଲିସଭା ଓ ଗ୍ରାମସଭା ବନ୍ଦ କରାଯାଉ | ଗ୍ରାମ ରୋଜଗାର ସେବିକାଙ୍କୁ ପଚାରିଲେ ମୁଁ କିଛି ଜାଣିନାହିଁ ବୋଲି କହୁଛନ୍ତି ଓ ବ୍ଲକରେ କାମ ବିଷୟରେ ପଚାରି ବୁଝିଲେ ସେମାନେ କହୁଛନ୍ତି କାମ ଗୁଡିକ ଜିଲ୍ଲାପରିଷଦକୁ ପଠାଇଲେ କାମ ଗୁଡିକ ଅନୁମୋଦନ ହେଉନାହିଁ ବୋଲି ଦାବିପତ୍ରରେ ଉଲ୍ଲେଖ ରହିଛି | ଏହି ଦାବିପତ୍ର ପ୍ରଦାନ ସମୟରେ ସରପଞ୍ଚଙ୍କ ସମେତ ସତ୍ୟରଞ୍ଜନ ପାତ୍ର, ବିଶ୍ଵରଞ୍ଜନ ପାତ୍ର, ସୁନୀଲ କୁମାର ସିଂ, ରଘୁ କଲାର,ଧନସିଂ ଭତରା, ଭାସ୍କର ମାଝି, ଅସମନ ଗୌଡ, ଗୋପୀନାଥ ଭତରା, ମାଧବ ଭତରା ଙ୍କ ସମେତ ପଞ୍ଚାୟତର ବିଭିନ୍ନ ଗ୍ରାମର ଲୋକ ଉପସ୍ଥିତ ଥିଲେ | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More