ପଲିଥିନ ତଳେ ଜୀବନ

12

Get real time updates directly on you device, subscribe now.

ରାଇରଙ୍ଗପୁର (ସଂଘର୍ଷ ମିଡିଆ) : – ବାପ ମାଙ୍କ ବାଟ ଚାହିଁ ଚାହିଁ ବିତିଗଲା ପାଞ୍ଚ ବର୍ଷ । ଘର ଟିକକ ଥିଲା, ଭାଙ୍ଗି ଦେଇଗଲା ପଞ୍ଚ ବର୍ଷ ତଳର ଫାଇଲିନ୍,ପାଠ ପଢ଼ିବାରେ ବାଧକ ସାଜିଲା ଆର୍ଥିକ ଅବସ୍ଥା। ମୁଣ୍ଡ ଗୁଞ୍ଜିବାକୁ ଚାଳ ନ ଥିବା ବେଳେ ପେଟରେ ମିଳିଲା ନାହିଁ ଦାନା।ପାଞ୍ଚ ବର୍ଷ ତଳେ ସରକାରୀ ସହାୟତା ତହସିଲରୁ ମିଳିଥିବା ପଲିଥିନ ଏବେ ମଧ୍ୟ ସାହାରା ହୋଇ ରହିଛି ବେସାହାରା ଭାଇ ଓ ଭଉଣୀଙ୍କ। ଦେଖିଲେ ଦୁଃଖ ଲାଗୁଛି, କିନ୍ତୁ ପାଞ୍ଚ ବିତି ଯାଇଥିଲେ ମଧ୍ୟ କୌଣସି ପ୍ରଶାସନିକ ଅଧିକାରୀର ଆଜି ପର୍ଯ୍ୟନ୍ତ ନଜରକୁ ଆସୁ ନାହିଁ ଏଭଳି ଦୃଶ୍ୟ। ଆଗରୁ ମିଳୁଥିବା ରାସନ୍ ସାମଗ୍ରୀ ୩ ମାସ ହେଲା ପାଇ ନାହାଁନ୍ତି କଣ୍ଟ୍ରୋଲ ଚାଉଳ। ବଡ଼ ଭାଇ ଦିନ ମଜୁରି କରି ଗୁଜୁରାଣ ମେଣ୍ଟାଉଛି ଭାଇ ଭଉଣୀର। ଏହି ହୃର୍ଦୟ ବିଦାରକ ଘଟଣାଟି ହେଲା ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ୍ ଖଡମବେଡା ପଞ୍ଚାୟତ କିତାବେଡା ଗ୍ରାମର। । ମୟୁରଭଂଜ ଜିଲ୍ଲା ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More