ପଲିଥିନ କହୁଛି ବେସାହାରାଙ୍କ କରୁଣ କାହାଣୀ

25

Get real time updates directly on you device, subscribe now.

କଳାହାଣ୍ଡି(ସଂଘର୍ଷ ମିଡିଆ ) : – ସରକାର ମାଲ ମାଲ ଯୋଜନା କରୁଛନ୍ତି । ଯୋଜନା ଗୁଡିକ ଗ୍ରାମାଞ୍ଚଳରେ ପହଞ୍ଚିବା ପୂର୍ବରୁ କିଭଳି ସହରାଞ୍ଚଳ ତଥା ଜିଲ୍ଲା ମୁଖ୍ୟାଳୟ ନିକଟରେ ଅଟକି ଯାଉଛି ତାହାର ଜ୍ୱାଳନ୍ତ ଉଦାହରଣ ଦେଖିବାକୁ ମିଳିଛି, କଳାହାଣ୍ଡି ଜିଲ୍ଲା ସଦର ମହକୁମା ଇରିକେସନ କଲୋନୀ ଲେନ ନମ୍ବର – ୧ ସମ୍ମୁଖରେ ରହୁଥିବା ଏକ ନିରୀହ ବ୍ୟକ୍ତିଙ୍କ କରୁଣ କାହାଣୀ ଉପରେ ନିରିଖେଇ ଦେଖିଲେ ତାହା ଜଳ ଜଳ ଭାବେ ବାରି ହୋଇ ପଡୁଛି । ପ୍ରସଙ୍ଗ କ୍ରମେ ଜିଲ୍ଲା ପ୍ରଶାସନର କାର୍ଯ୍ୟକାରିତା ଉପରେ ଆଙ୍ଗୁଳି ନିର୍ଦ୍ଧେଶ କରୁଥିବା ବେଳେ, ଜନପ୍ରତିନିଧିଙ୍କ ଦୂରଦୃଷ୍ଟି ଉପରେ ମଧ୍ୟ ପ୍ରଶ୍ନବାଚି ସୃଷ୍ଟି କରୁଛି । ନିରୀହ ବ୍ୟକ୍ତି ଜଣକ ପଲିଥିନ ତଳେ ଦୀର୍ଘ ବର୍ଷ ହେବ ଅତି ଦୟନୀୟ ଭାବେ ପଲିଥିନ ତଳେ ଚାପି ହୋଇ ଜୀବନ ଅତିବାହିତ କରୁଥିବା ବେଳେ, ସେହି ଅସହାୟ ମଣିଷଙ୍କ ପ୍ରତି କାହାରି ଦୃଷ୍ଟି ପଡୁନାହିଁ ତାହାହିଁ ବିଡମ୍ବନା । ଏନେଇ ନିରୀହ ବ୍ୟକ୍ତି ଅସହାୟତାର ଦୋଷ ଦେବ ବା,କାହାକୁ । ନିଜ ଭାଗ୍ୟକୁ ଆଦରି କୌଣସି ପ୍ରକାରେ ବଞ୍ଚି ଯାଉଥିବା ବେଳେ, ଜିଲ୍ଲା ପ୍ରଶାସନ ନିଦ କେବେ ଭାଙ୍ଗିବ ତାହା ଏଠାରେ ବଡ଼ ପ୍ରଶ୍ନ ? କଳାହାଣ୍ଡି ଜିଲ୍ଲା-ଧର୍ମଗଡ଼ରୁ ଲଷ୍ମୀ ରଂଜନ ବାଗଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More