ପଲସର ଏନ୧୬୦ର ବଜାର ପ୍ରବେଶ

13

Get real time updates directly on you device, subscribe now.

ରାଉରକେଲା (ସଂଘର୍ଷ ମିଡିଆ ) : ରାଉରକେଲା ଉଦିତନଗର ସ୍ଥିତ ଆରଏମ ମୋଟର୍ସ ତରଫରୁ ବାଜାଜ କମ୍ପାନୀର ପଲସର ଏନ ୧୬୦ ର ଉଦଘାଟନ ହୋଇଯାଇଛି । ଏହି ବାଇକର ବିଶେଷତ୍ବ ହେଲା ଏହା ଭାରତର ପ୍ରଥମ ୧୬୦ସିସି ବାଇକ। ଯେଉଁ ଥିରେ ଦ୍ବେତ ଚାନେଲ,ଆଣ୍ଟି ବ୍ରେକିଂ ସିଷ୍ଟମ ଉପଲବ୍ଧ ।ଏହାର ପିକଅପ ଭଲଥିବା ବେଳେ ମୂଲ୍ୟ ୧ଲକ୍ଷ ୨୭ ହଜାର ୬୯୨ଟଙ୍କା ରହିଛି । ଏହି ବାଇକକୁ ଏଚଡିଏଫସି ବ୍ୟାଙ୍କ ପଶ୍ଚିମ ଓଡିଶାର ଉପ ସଭାପତି ତଥା ଆଞ୍ଚଳିକ ଅଧିକାରୀ ଅଂଶୁମାନ ଭୂଜବଳ ଓ ବିତ୍ତ ବିଭାଗର ଅଧିକାରୀ ଅନିଲ ପଟ୍ଟନାୟକ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଏହି ଅବସରରେ ଅତିଥି ଶ୍ରୀ ଭୂଜବଳ ଏହି ଗାଡିର ଚାହିଦା ମାର୍କେଟରେ ବୃଦ୍ଧି ହେବାସହ ଏହା ଗ୍ରାହକଙ୍କ ଅଧିକ ବିଶ୍ବାସଭାଜନ ହୋଇପାରିବ ବୋଲି ଆଶା ପ୍ରକଟ କରିଥିଲେ । ଆରଏମ ମୋଟର୍ସ ର ପ୍ରବନ୍ଧକ ମାନସ ମହାନ୍ତି ବାଇକ ସଂପର୍କରେ ଭିଡିଓ ମାଧ୍ୟମରେ ଗ୍ରାହକଙ୍କୁ ବୁଝାଇବା ସହ ବାଇକ କିଣିଥିବା ଗ୍ରାହକଙ୍କୁ ଚାବି ହସ୍ତାନ୍ତର କରିଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନା ରେ ସୁଶ୍ରୀ ଶିବାନୀ ଦଳେଇ,ଅବିନାଶ ଯାଦବ,ବାପି ସାହୁ,ଚେଲେମ ମୁଣ୍ଡା, ମେଲାନୀ ମୁଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More