ପଲଶାଗୋରା ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ଏଡ଼ସ ଦିବସ ପାଳିତ

14

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : ବୌଦ୍ଧ ଜିଲ୍ଲା ପଲଶାଗୋରା ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ରେଡକ୍ରସ୍ ଓ ଜାତୀୟ ସେବା ଯୋଜନାର ମିଳିତ ଆନୁକୂଲ୍ୟରେ ବିଶ୍ଵ ଏଡସ ଦିବସ ପାଳିତ ହୋଇଯାଇଛି। ଉକ୍ତ ସଚେତନତା ଶିବିରକୁ ଅଧ୍ୟକ୍ଷ ପ୍ରାଧ୍ୟାପକ ଶ୍ରୀଯୁକ୍ତ ଦେବେନ୍ଦ୍ର ନାରାୟଣ ପଣ୍ଡା ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ସୁରେଶ କୁମାର ପଣ୍ଡା ଓ ଶ୍ରୀଯୁକ୍ତ ରାଧେଶ୍ୟାମ ପ୍ରଧାନ ମୁଖ୍ୟବକ୍ତା ରୂପେ ଡାକ୍ତର ଅର୍ଜୁନ ମେହେର ଛାତ୍ରଛାତ୍ରୀଙ୍କୁ ଏଡସ ର ଭୟାବହତା ଓ ଏଡସ ଦାଉରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପ୍ରତିକାର ବାର୍ତା ଦେଉଥିଲେ। କାର୍ଯ୍ୟକ୍ରମ ଟିକୁ ବିଦ୍ୟାଳୟର ଯୁବ ରେଡକ୍ରସ୍ ଅଧିକାରୀ ଶ୍ରୀଯୁକ୍ତ ନାରାୟଣ ପଧାନ ପରିଚାଳନା କରିଥିଲେ। ଶେଷରେ ଜାତୀୟ ସେବା ଯୋଜନା ଅଧିକାରୀ ଶ୍ରୀଯୁକ୍ତ ବିଶ୍ବେଶ୍ବର ପାଣିଗ୍ରାହୀ ଧନ୍ୟବାଦ ପ୍ରସ୍ତାବ ପରେ ସଭା ସାଙ୍ଗ ହୋଇଥିଲା।ରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More