ପଲଶାଗୋରାରେ ବ୍ଲକ ସ୍ତରୀୟ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

12

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : – କଣ୍ଟାମାଳ ବ୍ଲକ ଅନ୍ତର୍ଗତ ପଲସାଗୋରା କଲ୍ୟାଣ ମଣ୍ଡପ ଠାରେ ଆଜି ବ୍ଲକ ସ୍ତରୀୟ ସ୍ବଚ୍ଛତା ହିଁ ସେବା,ଗାନ୍ଧୀ ଜୟନ୍ତୀ ପାଳନ ଓ ସ୍ଵତନ୍ତ୍ର ଗ୍ରାମସଭା କାର୍ଯ୍ୟକ୍ରମ ପଲସାଗୋରା ସରପଞ୍ଚ ସୁଶ୍ରୀ ସୌଦାମିନୀ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ କଳାକୃଷ୍ଣ ପ୍ରଧାନ,ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରାମର୍ଶ ଦାତା ଆର୍ତ୍ତତ୍ରାଣ ପାଢ଼ୀ,ବିଆରସି ଅର୍ଜୁନ ଦାସ,ସମାଜସେବୀ ଶିତିକଣ୍ଠ ମିଶ୍ର (ମୁନା),ନାଏବ ସରପଞ୍ଚ ପଦ୍ମନାଭ ସାହୁ ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଉଦ୍ଧବ ମହାଲିକ ଯୋଗ ଦେଇ ସ୍ବଚ୍ଛତା ହିଁ ସେବା ଦିଗ ଉପରେ ଭିନ୍ନ ଭିନ୍ନ ବକ୍ତବ୍ୟ ରଖିଥିଲେ ।ଅତିଥି ମାନଙ୍କ ଦ୍ଵାରା ପ୍ରଥମେ ମହାତ୍ମାଗାନ୍ଧୀଙ୍କ ଫୋଟ ଚିତ୍ରରେ ଦୀପ ପ୍ରଜ୍ଜଳନ ଓ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ।ଗ୍ରାମସଭାରେ ସମାଜ ସେବୀ ଆଦିତ୍ୟ ପ୍ରଧାନ,ରବିନ୍ଦ୍ର ପ୍ରଧାନ,ପୂର୍ବତନ ସମିତି ସଭ୍ୟ ଲବ କୁମାର ପ୍ରଧାନ,ଅଙ୍ଗନୱାଡ଼ି ଦିଦି ମଞ୍ଜୁଶ୍ରୀ ପ୍ରଧାନ ପ୍ରମୁଖ ଯୋଗ ଦେଇ ତାଙ୍କର ମତାମତ ରଖିଥିଲେ ।ଉକ୍ତ ସଭାରେ ମଦମୁକ୍ତ ପଞ୍ଚାୟତ ,ଏକ ପ୍ଲାଷ୍ଟିକ ମୁକ୍ତ ପଞ୍ଚାୟତ କରାଯିବାକୁ ଘୋଷଣା କରାଯାଇଥିଲା ।ପ୍ରତ୍ୟେକ ମାସ ଶେଷ ରବିବାର ଦିନ ପଲସାଗୋରା ଠାରେ ସଫେଇ କାର୍ଯ୍ୟକ୍ରମ କରାଯିବାକୁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।ଏହି କାର୍ଯ୍ୟକ୍ରମକୁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଜୟଦେବ ପ୍ରଧାନ ପରିଚାଳନା କରିଥିଲେ । ଶେଷରେ ବିଡ଼ିଓ ଶ୍ରୀଯୁକ୍ତ କଳାକୃଷ୍ଣ ପ୍ରଧାନ ସଫେଇ ପ୍ରେମୀ ଭାବେ ତକ୍ଷ ମୁଖିଙ୍କୁ ଉପଢୌକନ ଓ ସିଲକପ ଦେଇ ସମ୍ମାନିତ କରିଥିଲେ ।ଏହି କାର୍ଯ୍ୟକ୍ରମରେ ୱାର୍ଡ ସଭ୍ୟ ସଭ୍ୟା ,ଅଙ୍ଗନୱାଡ଼ି ଦିଦି,ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ଉପସ୍ଥିତ ଥିଲେ ।ଶେଷରେ ଜଳ ପରିମଳ ବିଭାଗର ମାଷ୍ଟର ଟ୍ରେନର ପୂର୍ଣ୍ଣ ଚରଣ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବୌଦ୍ଧରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More