ପୁରୀ(ସଂଘର୍ଷ ମିଡିଆ) : – ପର୍ଯ୍ୟଟନ ସହର ପୁରୀକୁ ବୁଲିବାକୁ ଆସିବାକୁ ଚାହୁଁଛନ୍ତି କି ? ଦେଖିଚାହିଁ ଅନଲାଇନରେ ବୁକିଂ କରନ୍ତୁ। କେବଳ ହୋଟେଲ ସାଇଡକୁ ଯାଇ ବୁକିଂ କରନ୍ତୁ। ବାରମ୍ଵାର ଯାଞ୍ଚ କରି ହୋଟେଲ ଫୋନ କରି ବୁକିଂ କରନ୍ମୁ। ସୋସିଆଲ ମିଡ଼ିଆରେ ଲୋଭନୀୟ ଅଫର୍ ଦେଖି କମ ଟଙ୍କାରେ ହୋଟେଲ ମିଳୁଛି ବୋଲି ଯଦି ବୁକିଂ କରିଦେବେ ତାହା ହେଲେ ଆପଣ ହରଡଘଣାରେ ପଡି ଲୁଟର ଶୀକାର ହେବେ। ଫେକ ବୁକିଂ ପର୍ଯ୍ୟଟନ ସହର ପୁରୀରେ ଏକ ନିତିଦିନିଆ ଘଟଣା ଘଟିଗଲାଣି। ଯେମିତି ନିୟୁ ମେରାଇନ ଡ୍ରାଇଭ ରୋଡର ହୋଟେଲ ସ୍ବର୍ଣ୍ଣ ଦୀପ ହୋଟେଲ ନାଁରେ ବୁକିଂ କରାଯାଇଛି କିନ୍ତୁ ହୋଟେଲର ନା ଗନ୍ଧ ନାହିଁ। ନୂଆ ଟାଇପରେ ଫ୍ରଡ ।ହୋଟେଲ ନାହିଁ କିନ୍ତୁ ହ୍ବାଟସ ଆପରେ ଫ୍ରଡ ହୋଟେଲ ତିଆରି କରି ବୁକିଂ କରାଯାଉଛି। ପଶ୍ଚିମବଙ୍ଗ ୨୪ପ୍ରଗଣାରେ ରାକେଶ ହାଲଦାର ୭ଦିନ ପାଇଁ ହୋଟେଲ ବୁକିଂ କରିଥିଲେ। ହ୍ବାଟସଆପରୁ ହୋଟେଲ ବାବଦରେ ଜାଣି ହୋଟେଲ ବୁକିଂ କରିଥିଲେ ।ପରେ ପୁରୀ ଆସି ଦେଖିଥିଲେ ହୋଟେଲ ସ୍ଵର୍ଣ୍ଣଦିପ ନାମରେ କୌଣସି ହୋଟେଲ ନାହିଁ । ରାକେଶ ଜାଣିଲେ ସେମାନେ ଠକାମୀରେ ପଡିଯାଇଛନ୍ତି। ପୁରୀ ସାଇବର ଥାନାରେ ଏକ ମାମଲା କରିଛନ୍ତି। କେବଳ ଏହି ଗୋଟିଏ ଘଟଣା ନୁହେଁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଅଧିନରେ ଥିବା ନୀଳାଦ୍ରି ଭକ୍ତ ନିବାସ ନା ରେ ମଧ୍ୟ ଫେକ କରି ବୁକିଂ କରାଯାଇଛି। ଗୋଟିଏ କି ଦୁଇଟି ନୁହେଁ ଗୋଟିଏ ଦିନରେ ଦୁଇ ଜଣ ଲୁଟର ଶୀକାର ହୋଇଛନ୍ତି। ନବୀନ ତିଓ୍ବାରୀଙ୍କୁ ଚୂନ ଲଗାଇଦେଇଛନ୍ତି ଶୀକାରୀ। ସେହିପରି ଵିଭୁ ମିଶ୍ର ମଧ୍ୟ ଲୁଟର ଶୀକାର ହୋଇଛନ୍ତି। ଏ ନେଇ ସାଇବର ଥାନାରେ ଏତଲା ହୋଇଚି। ତେବେ ସଚେତନତା ଅଭାବରୁ ଏଭଳି ଅନ୍ ଲାଇନ ଠକେଇ ବଢିବାରେ ଲାଗିଚି। ତେବେ ଅଧିକ ଅଫର୍ ଲୋଭରେ ନ ପଡି ଜଣାଶୁଣା ହୋଟେଲ ବୁକିଂ ଆପ, ସାଇଟ୍ ରେ ବୁକ୍ କରିବାକୁ ପୋଲିସ୍ ପକ୍ଷରୁ ବାରମ୍ବାର କୁହାଯାଇଥିବା ବେଳେ ଲୋକେ ଏହାକୁ ଅଣଦେଖା କରି ସାଇବର ଲୁଟର ଶିକାର ହେଉଛନ୍ତି।