କଳାହାଣ୍ଡି(ସଂଘର୍ଷ ମିଡିଆ ) : – କଳାହାଣ୍ଡି ଜିଲ୍ଲା-କଲମପୁର ବ୍ଲକ ଅଧିନସ୍ଥ ପରରୁଆଗୁଡା ଗ୍ରାମରେ ୨୪ଫୁଟ ଗଭିର ବିଶିଷ୍ଟ ଏକ କୂଅ ସଫେଇ କରୁଥିବା ବେଳେ, ଅଣ ନିଶ୍ୱାସୀ ହୋଇ ଦୁଇ ଜଣ ଗୁରୁତର ହୋଇ ପଡ଼ିଥିଲେ । ପରୁଆଗୁଡା ଗ୍ରାମବାସୀ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିବା ପରେ ,କଲମପୁର ଅଗ୍ନିଶମ ବାହିନୀର କର୍ମଚାରୀ ଓ ୧୦୮ ଆମ୍ବୁଲାନ୍ସ ସହାୟତାରେ କଲମପୁର ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଉଭୟ ଗୁରୁତରଙ୍କ ମଧ୍ୟରୁ ଜଣକର ଡାକ୍ତର ଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ବେଳେ, ଅନ୍ୟଜଣଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ନେବାପାଇଁ ପରାମର୍ଶ ଦିଆଯାଇଛି । ମୃତ ଜଣକ ହେଲେ ପରୁଆଗୁଡା ଗ୍ରାମର ସଦାଶିବ ମାଝୀ ଓ ଅନ୍ୟ ଗୁରୁତର ଜଣକ ହେଲେ ଜୁନାଗଡ଼ ବ୍ଲକ ଅନ୍ତର୍ଗତ ରାଜପୁର ନିକଟସ୍ଥ କନକପୁର ଗ୍ରାମର ଶାନ୍ତନୁ ମଶ୍ରା ଏବଂ ସେ ସଦାଶିବଙ୍କ ଜ୍ୟୋଇଁ ବୋଲି ସୂଚନା ମିଳିଛି । କଳାହାଣ୍ଡି ଜିଲ୍ଲା-ଧର୍ମଗଡ଼ରୁ ଲଷ୍ମୀ ରଂଜନ ବାଗଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ ।