ପରିବେଶ ସମ୍ବଦ୍ଧୀୟ ଜନଶୁଣାଣି ଶିବିର ଅନୁଷ୍ଠିତ

27

Get real time updates directly on you device, subscribe now.

ହିନ୍ଦୋଳ ( ସଂଘର୍ଷ ମିଡିଆ ) : – ହିନ୍ଦୋଳ ଉପଖଣ୍ଡ ହିନ୍ଦୋଳ ତହସିଲ କାର୍ଯ୍ୟାଳୟ ପରିସର ରେ ରବିବାର ସକାଳ ୧୦ ଘଟିକା ସମୟରେ ରୁଙ୍ଗଟା ମାଇନ୍ସ ଲିମିଟେଡ ର ଏକ ପରିବେଶ ସମ୍ବଦ୍ଧୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଜାଇଅଛି । ସ୍ଥାନୀୟ ଝାଡବନ୍ଧ,ଗାଲପଡା,ତର୍କାବେଡା,ବେରୁଆଁପାଳ,କଙ୍କାଳୁ,ବେଣୀପଥର,କଡଲା ଗ୍ରାମବାସୀ ଏହି ଶିବିର ରେ ଅଂଶ ଗ୍ରହଣ କରିଥିଲେ । ରୁଙ୍ଗଟା ମାଇନ୍ସ ଲିମିଟେଡ ପକ୍ଷରୁ ପ୍ରସ୍ତାବିତ ପ୍ରକଳ୍ପର ଉତ୍ପାଦନ କ୍ଷମତା ୩.୦ ନିୟୁତ ଟନ ରୁ ୩.୫୫ ନିୟୁତ ଟନକୁ ଷ୍ଟିଲ ଏବଂ ପାୱାର କ୍ଷମତାକୁ ୩୮୫ ମେଗାୱାଟକୁ ୬୯୫ ମେଗାୱାଟକୁ ବୃଦ୍ଧି କରିବା ଲାଗି ପରିବେଶ ନିମନ୍ତେ କଂପାନୀ ପକ୍ଷରୁ କରାଜାଇଥିବା ଆବେଦନର ଜନଶୁଣାଣୀ କରାଜାଇଥିଲା । ଏହି ଶିବିର ରେ ଅତିରିକ୍ତ ଜିଲ୍ଲାପାଳ ଢେଙ୍କାନାଳ ଶଶାଙ୍କ ଶେଖର ଦାସ ଙ୍କ ପୌରହିତ୍ୟରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ ଡ. ଅନୁପ କୁମାର ମଲ୍ଲିକ,ପରିବେଶ ବିଜ୍ଞାନୀ ରାଜେଶ ମହାନ୍ତି,ଚନ୍ଦ୍ରଶେଖର ଚୌହାନ ପ୍ରମୁଖ ଉପସ୍ଥିତ ଥିଲେ । ଜମିହରା ପ୍ରଜା ଶିବିର ରେ ଦାବୀ ରଖିଥିଲେ କି ଯେଉଂ ପ୍ରଜାମାନଙ୍କର ଜମି ଜାଇଛି ସେହି ପରିବାରକୁ କଂପାନୀରେ ଥଇଥାନ କରିବା ସହ ଅଂଚଳର ସ୍ବାସ୍ଥ୍ୟସମସ୍ୟା ଉପରେ ଗୁରୁତ୍ବ ଦେଇ ଏକ ଡାକ୍ତରଖାନା ତିଆରି ହେଲେ ସେମାନେ ଉପକୃତ ହୋଇପାରିବେ । ବିଶେଷକରି ରୁଙ୍ଗଟା କଂପାନୀ ନିର୍ମାଣ ହେବା ଫଳରେ ଅଂଚଳର ବିକାଶ ଘଟିଛି ବୋଲି ଜନସାଧାରଣ ସ୍ବିକାର କରିଥିଲେ ।ଢେ଼ଙ୍କାନାଳ ହିନ୍ଦୋଳ ରୁ ସୁଜିତକୁମାର ବେହେରାଙ୍କ ସହ ତପନ ପରିଡାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More