ପରିବା ଦର ଆକାଶ ଛୁଆଁ:ଖାଉଟି ମୁଣ୍ଡରେ ଚଡକ 

11

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ): – ନବରଙ୍ଗପୁର ଜିଲ୍ଲାରେ ପରିବା ଦର ଆକାଶ ଛୁଆଁ:ଖାଉଟି ମୁଣ୍ଡରେ ଚଡକ ପଡିଛି l ବଜାର ମାଡିବାକୁ ଏବେ ଡରୁଛନ୍ତି ସାଧାରଣ ଖାଉଟି l ୫୦୦ ଟଙ୍କା ଧରି ପରିବା ପାଇଁ ବଜାର କୁ ବ୍ୟାଗ୍ ନେଇ ଗଲେ ବ୍ୟାଗ୍ ପୁରି ପାରୁନାହିଁ l ଟମାଟୋ ଦର ଶତକ ମାରିବା ପରେ ଅନ୍ୟ ପରିବା ମଧ୍ଯ ଧାଡ଼ି ବାନ୍ଧିଛନ୍ତି l ଯେଉଁ ପରିବା ଛୁଇଁଲେ କିଲୋପିଛା  ୫୦ ଟଙ୍କା ତଳକୁ ନାହିଁ l ଦୋକାନୀ ବାଧ୍ୟ ହୋଇ କିଲୋ ବଦଳରେ ଅଧା କିଲୋ, ପାଏ ହିସାବରେ ବିକ୍ରି କରୁଛନ୍ତି l ନବରଙ୍ଗପୁର ବଜାରରେ ଟମାଟୋ କେଜି ପିଛା  ୧୨୦ ଟଙ୍କା ରହିଥିବା ବେଳେ ପୋଟଳ ୮୦ ଟଙ୍କା,କଲରା ୮୦,ପତ୍ରକୋବି ୫୦,କାଙ୍କଣ ୮୦, କଞ୍ଚା ଲଙ୍କା-୧୪୦,ପିଆଜ-୩୦,କ୍ୟାପ୍ସିକମ-୧୪୦, କ୍ୟାପ୍-୧ସିକମ-୧୪୦,ଅମୃତ ଭଣ୍ଡା- ୫୦, ସଜନା ଛୁଇଁ-୮୦ ଟଙ୍କା ରେ ବିକ୍ରି ହୋଇଥିଲା ।ସେହିପରି ଅଦା କେଜି- ୨୨୦ ଟଙ୍କା ରହିଛି l ପରିବା ଦର ବୃଦ୍ଧି ଯୋଗୁଁ ସିଧା ସଳଖ ଖାଉଟିଙ୍କ ହାଣ୍ଡିଶାଳରେ ଚଡକ ପଡୁଛି l ଏ ସମ୍ପର୍କରେ କେତେକ ବ୍ୟବସାୟୀ କହିଛନ୍ତି, ଏ ବର୍ଷ ଜିଲ୍ଲାରୁ ପରିବା ଉତ୍ପାଦନ କମିଛି, ଏଣୁ ପରିବା ବାହାର ଜିଲ୍ଲା ଓ ରାଜ୍ୟରୁ ପରିବାଆସୁଥିବାରୁ ଦର ବୃଦ୍ଧି ହୋଇଛି l ପରିବା ଦର ଆକାଶ ଛୁଆଁ ବୃଦ୍ଧି ଯୋଗୁଁ ଖାଉଟି ମାନଙ୍କ ମୁଣ୍ଡରେ ଏକ ପ୍ରକାର ଚଡକ ପଡିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି l ସରକାର ପଡ଼ି କାର୍ଡ ରେ   ଏକ ଟଙ୍କାରେ ଚାଉଳ ଦେଉଥିବା ବେଳେ ଟମାଟୋ କେଜି   ୧୨୦ ଟଙ୍କାରେ କିଣିବାକୁ ପଡୁଛି l ପରିବା ଉପରେ ନିୟନ୍ତ୍ରଣ କରା ନଗଲେ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖିନହେବେl ଏଥିନେଇ ପ୍ରଶାସନ ର ଦୃଷ୍ଟି ପଡ଼ିବାକୁ ଜନସାଧାରଣରେ ଦୃଢ଼ ଦାବୀ ହେଉଛି l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More