ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ ) : ଆଜି ସକାଳେ ସଚେତନ ନାଗରିକ ମଞ୍ଚର କର୍ମକର୍ତ୍ତା ମାନେ ଓଡ଼ିଶାର ମାନ୍ୟବର ପରିବହନ ଓ ଯୋଜନା ରୂପାୟନ ମନ୍ତ୍ରୀ ଶ୍ରୀଯୁକ୍ତ ପଦ୍ମନାଭ ବେହେରା ଙ୍କୁ ତାଙ୍କ ସୁବର୍ଣ୍ଣପୁର ସ୍ଥିତ ବାସ ଭବନରେ ସାକ୍ଷାତ କରି ପ୍ରସ୍ତାବିତ ଗୋପାଳପୁର ସମ୍ବଲପୁର ରେଳପଥ ସୁବର୍ଣ୍ଣପୁର ଜିଲ୍ଲା ଦେଇଯିବା ଓ ଉଡାଣ୍ ଯୋଜନାରେ ଏକ ବିମାନବନ୍ଦର ସ୍ଥାପନ ସକାଶେ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ପ୍ରସ୍ଥାବିତ ରେଳ ପଥଟି ରାଜାରାଜୁଡା ସମୟରୁ ପ୍ରସ୍ଥାବ ରହିଥିବା କଥା ମାନ୍ୟବର ମନ୍ତ୍ରୀ ଙ୍କ ଦୃଷ୍ଟି କୁ ଆଣିଥିଲେ। ଏହା ହେବାଦ୍ବାରା ଏହି ଅଞ୍ଚଳର ଲକ୍ଷାଧିକ ଲୋକମାନେ ଉପକୃତ ହୋଇପାରିବା ସହ ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶା ସହ ସିଧାସଳଖ ଯୋଗାଯୋଗ ହେବା ସହ ରାୟପୁର ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ମଧ୍ୟ ଯାତାୟାତ ବୃଦ୍ଧି ପାଇ ବ୍ୟବସାୟ ବାଣିଜ୍ୟ ମଧ୍ୟ ବୃଦ୍ଧି ପାଇବ ସେଥିପାଇଁ ଏହାକୁ ଅଗ୍ରାଧିକାର ଭିତ୍ତିରେ ଦେଖିବାକୁ ଜିଲ୍ଲା ବାସୀ ଆଶା କରିଥିବା ପ୍ରକାଶ କରିଥିଲେ । ସେହିପରି ଉଡାଣ୍ ଯୋଜନା ନେଇ ପୂର୍ବରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କୁ ମଞ୍ଚ ଦେଇଥିବା ଦାବିପତ୍ର ର ଉତ୍ତର ସମ୍ୱନ୍ଧରେ ମାନ୍ୟବର ମନ୍ତ୍ରୀଙ୍କୁ ଜଣାଇଥିଲେ। ଏହି ସମ୍ୱନ୍ଧୀୟ ପ୍ରଧାନମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୨୦୨୨ ତା ୮: ୪ ୨୨ ଅନୁସାରେ ମହା ପ୍ରବନ୍ଧକ (ଯୋଜନା) ସତ୍ୟଜିତ ଦତ୍ତ ସଚେତନ ନାଗରିକ ମଞ୍ଚର ସଭାପତି ସିତାଂଶୁ ଶେଖର ମିଶ୍ରଙ୍କୁ ବର୍ତ୍ତମାନ ସୁଦ୍ଧା ଓଡ଼ିଶା ସରକାର ଙ୍କଠାରୁ ସୁବର୍ଣ୍ଣପୁର ଠାରେ ବିମାନ ଵନ୍ଦର ପାଇଁ କୋଣସି ପ୍ରସ୍ତାବ ଆସିନାହିଁ ବୋଲି ଉଲ୍ଲେଖ କରିଥିବା କଥା ମନ୍ତ୍ରୀ ଙ୍କ ଦୃଷ୍ଟି କୁ ଆଣି ଜିଲ୍ଲାରେ ଉଡାଣ ଯୋଜନାରେ ଏକ ବିମାନ ବନ୍ଦର କରିବା ସକାଶେ ଓଡ଼ିଶା ସରକାର ଶିଘ୍ର ଏକ ପ୍ରସ୍ତାବ ପଠାଇବାକୁ ଅନୁରୋଧ କରିଥିଲେ। ଆଜିର ଏହି ଆଲୋଚନାରେ ସଚେତନ ନାଗରିକ ମଞ୍ଚର ସଭାପତି ସିତାଂଶୁଶେଖରମିଶ୍ର ସମ୍ପାଦକ ଗୁଣନିଧି ମେହେର ଙ୍କସମେତ ପ୍ରଦୀପପୁରୋହିତ ,ଦୁଃଖିରାମ ନାୟକ ,ବିନୋଦ ମେହେର, ନୀଳମାଧଵ ଗୁରୁ, ନବଘନ ସାଣ୍ଢ, ଶିବରାମ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଭାଗ ନେଇଥିଲେ।