ପରିବର୍ତ୍ତନ ଓଡିଶା ତରଫରୁ ଶପଥପାଠ ଗ୍ରହଣ ଅନୁଷ୍ଠିତ

13

Get real time updates directly on you device, subscribe now.

ଜଗତସିଂହପୁର ( ସଂଘର୍ଷ ମିଡିଆ ) : ପରିବର୍ତ୍ତନ ଓଡିଶା ତରଫରୁ ଶପଥପାଠ ଗ୍ରହଣ ଅନୁଷ୍ଠିତ ହୋଇଯାଇଛି । ଜଗତସିଂହପୁର ଜିଲ୍ଲା ,କାଠିଆପଡା ଠାରେ ପରିବର୍ତ୍ତନ ଓଡ଼ିଶାର ସଦସ୍ୟଙ୍କ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ସଭାପତି ସଂଗ୍ରାମ କିଶୋର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ପରିବର୍ତ୍ତନ ଓଡିଶାର ଫାଉଣ୍ଡର ପ୍ରଦୀପକୁମାରନାୟକ ,ଉପସଭାପତି ରାଜକିଶୋର ବେହେରା, ସମ୍ପାଦକ ଶ୍ରୀକାନ୍ତ ସାମଲ, ଯାଜପୁର ସଭାପତି ହୃଦୟ ରଞ୍ଜନ ପାଢି ସମ୍ପାଦକ ,ଆମରଜିତ ସାହୁ ଉପସ୍ଥିତ ରହି ସଦସ୍ୟ ମାନଙ୍କୁ ଆଇ କାର୍ଡ଼ ,ସହିତ ଶପଥ ପାଠ କରାଯାଇଥିଲା ।ଏହି ଅବସରରେ ଅତିଥିମାନେ କହିଥିଲେ ଓଡିଶାରେ ମହିଳା ମାନେ କିପରି ଭାବେ ନିଜେ ଆତ୍ମନିର୍ଭରଶୀଳ ହେବାସହ ସଶକ୍ତିକରଣ ହେବେ,ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବେ । ନିଜ ନିଜ ଏରିଆ ଭିତରେ ଚାଲୁଥିବା ଦୁର୍ନୀତିର ପର୍ଦା ଫାର୍ଶ କରିବେ । ନିର୍ଯ୍ୟାତନାର ଶିକାର ହେଉଥିବା ମହିଳା ମାନଙ୍କୁ ସାହାଯ୍ୟ କରିବେ ବୋଲି ମତବ୍ୟକ୍ତ କରିଥିଲେ। ସମସ୍ତ ସଦସ୍ୟମାନଙ୍କୁ କୋଭିଡ ସମ୍ପର୍କରେ ସଚେତନତା ବାର୍ତା ମଧ୍ୟ ଦିଆଯାଇଥିଲା । ତତ ସହିତ ଦେଶ କୋରନା କବଳରୁ ରକ୍ଷ୍ୟା ପାଇବାପାଇଁ ପ୍ରଭୁଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ମାଆ ବୃନ୍ଦାବତୀଙ୍କ ପାଖରେ ହୋମ ଯଜ୍ଞ କରାଯାଇଥିଲା।କାର୍ଯ୍ୟକ୍ରମକୁ ପରିବର୍ତ୍ତନ ଜିଲ୍ଲା ସାଖାର ସମ୍ପାଦକ ଲିଜାରଣୀ ସାହୂ,ଉପସଭାପତି ହାପି ପଲାଉରୀ,ଦ୍ଵାରିକା ନାଥ ମହାପାତ୍ର ପ୍ରମୂଖ ଯୋଗଦେଇ ପରିଚାଳନାରେ ସହାୟତା କରିଥିଲେ।ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More