ପରିତ୍ୟକ୍ତ କୂଅରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

13

Get real time updates directly on you device, subscribe now.

ମୟୂରଭଞ୍ଜ(ସଂଘର୍ଷ ମିଡିଆ) : ଦିନକୁ ଦିନ ମହିଳାଙ୍କ ମୃତ୍ୟୁ ବୃଦ୍ଧି ପାଉଛି । କିଏ ମାନସିକ ଭାରସାମ୍ୟ ହରାଇ, ଆର୍ଥିକ ଅନାଟନରେ, ସାପ କାମୁଡାରେ, ଯୌନ ବ୍ୟଭିଚାରରେ, ମଦ୍ୟପ ସ୍ବାମୀର ତାଡନାରେ ,ପରକ୍ରୀୟା ପ୍ରୀତି,ଡା‌ଆଣୀ ଜନିତ ଆକ୍ରୋଶମୂଳକ ଆକ୍ରମଣରେ ମୃତ୍ୟୁ ବରଣ କରୁଛନ୍ତି । ମୟୂରଭଞ୍ଜ ଜିଲ୍ଲାର ବାଦାମପାହାଡ଼ ଥାନା ଅନ୍ତର୍ଗତ ଧାଙ୍ଗିଡିମୁତା ପଞ୍ଚାୟତର ମଝିଗାଁର ତ୍ରିଲୋଚନ କାରୁଆଙ୍କ ଅବିବାହିତ ଝିଅ ମାଳତୀ କାରୁଆ(୩୧)ଙ୍କ ମୃତଦେହକୁ ଘର ପାଖରୁ ୧୦୦ ମିଟର ଦୂର ପୁଟୁଷ ବୂଦା ମଧ୍ୟରେ ଥିବା ପରିତ୍ୟକ୍ତ କୂଅରୁ ବାଦାମ ପାହାଡ଼ ପୋଲିସ ସୋମବାର ଦିନ ଅପରାହ୍ନରେ ଉଦ୍ଧାର ହୋଇଛି । ପୋଲିସ ଏକ ଅପମୃତ୍ୟୁ ମାମଲା କେଶ ନମ୍ବର ୨୪/୨୨ ରୁଜୁ କରି ଶବକୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ବ୍ୟବଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି । ସୂଚନାଯୋଗ୍ୟ ମାଳତୀ କାମକୁ ଯାଇଥିଲେ ।ପରେ ଘରକୁ ଫେରି ସଂନ୍ଧ୍ୟା ୬ଟା ବେଳକୁ ଘର ଲୋକେ ଖୋଜିଲି ପାଇଁ ନଥିଲେ । ପଡୋଶୀ କୁହନ୍ତି ମାଳତୀ ଜଣେ ଶାନ୍ତ,ସରଳ,ଭଲ ଚରିତ୍ରର ଝିଅ ।ହେଲେ କେଉଁ ପରିସ୍ଥିତିରେ ମାଳତୀ କୂଅରେ ପଡ଼ି ମୃତ୍ୟୁ ବରଣ କଲା ତାହା ତଦନ୍ତ ସାପେକ୍ଷ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲାପରେ ପ୍ରକୃତତଥ୍ଯ ଲୋକଲୋଚନକୁ ଆସିବ । ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More